ଜୁଲାଇ ୨୩ରୁ ବନ୍ଦ ରହିବ ସମସ୍ତ ମାଙ୍ଗଳିକ କାର୍ଯ୍ୟ,ଜାଣନ୍ତୁ କାରଣ ?

0

ହିନ୍ଦୁ ଧର୍ମରେ ଏକାଦଶୀର ବିଶେଷ ମହତ୍ତ୍ବ ରହିଥାଏ। ଏଥିମଧ୍ୟରୁ ଦେବଶୟନୀ ଓ ଦେବଉଠନୀ ଏକାଦଶୀ ସ୍ବତନ୍ତ୍ର । ଦେବଶୟନୀ ଏକଦଶୀ​‌ ଦିନ ଠାରୁ ସବୁ ଶୁଭ କାର୍ଯ୍ୟ ବନ୍ଦ ହେଉଥିବା ବେଳେ ଦେବଉଠନୀ ଏକାଦଶୀରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ।

ଚଳିତ ବର୍ଷ ୨୩ ଜୁଲାଇରେ ସୋମବାର ଦେବଶୟନୀ ଏକଦଶୀ ପଡୁଛି। ଯାହାକୁ ହରିଶୟନ ଏକାଦଶୀ ବୋଲି ମଧ୍ୟ କୁହାଯାଏ । ଆଷାଢ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ କୌଣସି ମାଙ୍ଗଳିକ କାର୍ଯ୍ୟ ହେବ ନାହିଁ। ଶ୍ରାବଣ,ଭାଦ୍ରବ,ଆଶ୍ୱିନ ଓ କର୍ତ୍ତିକ ଏହି ଚାରି ମାସକୁ ଚତୁର୍ମାସ ବୋଲି ମଧ୍ୟ କୁହାଯାଏ।

ପୌରାଣିକ ମାନ୍ୟତା ଅନୁଯାୟୀ, ଦେବଶୟନୀ ଏକଦଶୀଠାରୁ ୪ ମାସ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ବିଶ୍ରାମ କରିଥାନ୍ତି। ଏହି ସମୟ ମଧ୍ୟରେ ବିବାହ, ବ୍ରତ, ଗୃହପ୍ରବେଶ ଭଳି କୌଣସି ମାଙ୍ଗଳିକା କାର୍ଯ୍ୟ କରାଯାଏ ନାହିଁ। ଏହି ଚତୁର୍ମାସ ମାସରେ ବିଷ୍ଣୁ ଚିର ନିଦ୍ରାରେ ଶୋଇଥାନ୍ତି।

ଭଗବାନ ବିଷ୍ଣୁଙ୍କ ଶୋଇଯିବା ପରେ ଭଗବାନ ଶିବ ସୃଷ୍ଟିର ପରିଚାଳନା କରିଥାନ୍ତି। ଏହି ମାସରେ ଶିବ ମହାପୁରାଣ ଓ ଶ୍ରୀମଦ୍‍ ଭଗବତ ଗାଥା ଶୁଣିଲେ ଶୁଭଫଳ ମିଳିଥାଏ। ଚତୁର୍ମାସ ମଧ୍ୟରେ ଧର୍ମ କାର୍ଯ୍ୟ, ପୂଜା-ପାଠ ଏବଂ ଭଜନ କରିବା ଲାଭଦାୟକ ଅଟେ । ଦେବଶୟନୀ ଏକାଦଶୀ ଦିନ ସୁନା, ଚାନ୍ଦି, ତମ୍ବା ଓ ପିତଳରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରନ୍ତୁ । ପୂଜା ପରେ ଏକାଦଶୀ ବ୍ରତ କଥା ଅବଶ୍ୟ ଶୁଣନ୍ତୁ। ଏହି ଚାରି ମାସ ପରେ ଭଗବାନ ବିଷ୍ଣୁ ଦେବଉଠନୀ ଏକାଦଶୀରେ ନିଦ୍ରାତ୍ୟାଗ କରି ପୁଣି ସୃଷ୍ଟିର ପରିଚାଳନା କରିଥାଆନ୍ତି।

Leave A Reply