MEllora 950×100

ସିବିଆଇରେ ହାଜର ହେଲେ ତେଜସ୍ବୀ

ନୂଆଦିଲ୍ଲୀ : ଶେଷରେ ସିବିଆଇରେ ହାଜର ହୋଇଛନ୍ତି ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସିବିଆଇ ପକ୍ଷରୁ ବାରମ୍ବାର ସମନ ପରେ ଶେଷରେ ତେଜସ୍ୱୀ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଛନ୍ତି । ସିବିଆଇ ପକ୍ଷରୁ ତାଙ୍କୁ ପଚରାଉଚୁରା ଜାରି ରହିଛି। ଜମି ବଦଳରେ ଚାକିରି ମାମଲାରେ ପୂର୍ବରୁ ସିବିଆଇ ପକ୍ଷରୁ ତାଙ୍କୁ ଅନେକ ଥର ସମନ ଜାରି କରାଯାଇଥିଲା। ସେହିପରି ତେଜସ୍ବୀଙ୍କ ଭଉଣୀ ମିସା ଭାରତୀ ମଧ୍ୟ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି।

ଜମି ବଦଳରେ ଚାକିରି ମାମଲାରେ ସିବିଆଇ ପକ୍ଷରୁ ଲାଲୁପ୍ରସାଦ ଯାଦବଙ୍କ ପରିବାର ଉପରେ ପ୍ରହାର ଜାରି ରହିଛି।

Comments are closed.