www.samajalive.in
Saturday, December 13, 2025
21.1 C
Bhubaneswar

ସମଗ୍ର ଶିକ୍ଷାକୁ ଉପହାସ : ନିର୍ମାଣାଧୀନ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ

ଲଡୁଗାଁ : ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଏହାକୁ ଏକ ମୌଳିକ ଆବଶ୍ୟକତା ଭାବେ ଗ୍ରହଣ କରି ସରକାର ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ କୋଟି କୋଟି ଟଙ୍କା ବ୍ୟୟ କରି ବିଦ୍ୟାଳୟକୁ ଆଧୁନିକ ଓ ଶିକ୍ଷଣ ଉପଯୋଗୀ କରିଛନ୍ତି । ଏଥିନିମନ୍ତେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ମୁହାଁ କରିବା ପାଇଁ ମାଗଣାରେ ମଧ୍ୟାହ୍ନ ଭୋଜନ, ପୃଷ୍ଟିକର ଅଣ୍ଡା,ପାଠ୍ୟ ପୁସ୍ତକ, ସାଇକେଲ, ପୋଷାକ, ଛାତ୍ରବୃତ୍ତି ଦିଆଯାଉଥିଲା ବେଳେ ବିଦ୍ୟାଳୟ ଗୃହକୁ ସର୍ବାଙ୍ଗ ସୁନ୍ଦର କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି ଓ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଆଜି ମଧ୍ୟ ଅନେକ ସ୍କୁଲରେ ଆନୁସଙ୍ଗିକ ଭିତ୍ତିଭୂମିର ଅଭାବ ରହିଛି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ବଡ଼ କେନ୍ଦୁଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।  ନୂତନ ବିଦ୍ୟାଳୟ କୋଠା ଓ ବାଡ ନିର୍ମାଣ ପାଇଁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର  ଅନୁଦାନରେ ପୂର୍ତ୍ତ ବିଭାଗ ପକ୍ଷରୁ ନୂତନ ସ୍କୁଲ ନିର୍ମାଣ ପାଇଁ ଟେଣ୍ଡର ହେଲା । ନିର୍ମାଣ ଦାୟିତ୍ବରେ ଥିବା ଠିକା ସଂସ୍ଥା ବହୁ ବିଳମ୍ବରେ କୋଠା ନିର୍ମାଣ କରି  ଅନେକ କାର୍ଯ୍ୟ ଅଧାପନ୍ତରିଆ  ଭାବେ ଛାଡି ଚାଲି ଯାଇଥିଲା ।  ଚଳିତ ଶିକ୍ଷାବର୍ଷ ଠାରୁ ନୂତନ କୋଠାରେ ଶିକ୍ଷାଦାନ ଆରମ୍ଭ ହୋଇଛି ।
 ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କରିଦେଲେ ଅଥଚ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର ନିର୍ମାଣ କଲେ ନାହିଁ। ଏହାକୁ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଦାୟିତ୍ୱହୀନତା ତୃଟିପୂର୍ଣ୍ଣ ନିତି କୁହାଯାଇପାରେ ।  ଏଥିଯୋଗୁଁ ଆଜି ବିଦ୍ୟାଳୟର ଏକ ନିର୍ମାଣାଧୀନ ଶୌଚାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଲିଛି । ଯାହାକି ଅବିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ  ମୋଟ ୧୯୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ  ଶିକ୍ଷା ଦାନ ପାଇଁ ୫ ଜଣ ଶିକ୍ଷକ ରହିଛନ୍ତି । ଅନ୍ୟପଟେ ବିଦ୍ୟାଳୟରେ ଥିବା ନଳକୂପରୁ ମଧ୍ୟ ପାଣି ବାହାରୁନାହିଁ । ଫଳରେ ପାନୀୟ ଜଳ, ରୋଷେଇ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ଏ ନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ କୌଣସି ସୂଚନା ପାଇ ନ ଥିବା  କହିଛନ୍ତି। ତେବେ ସମ୍ପୃକ୍ତ ବିଦ୍ୟାଳୟକୁ ପରିଦର୍ଶନ କରି ଏହାର ସୁବନ୍ଦୋବସ୍ତ କରାଯିବା କଥା କହିଛନ୍ତି।  ବ୍ଲକ ଉପାଧକ୍ଷ ରାଜୀବ ଅଗ୍ରୱାଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସମଗ୍ର ଶିକ୍ଷା ଅଭିଯାନରେ କେଉଁ କେଉଁ ସ୍କୁଲକୁ ଅନୁଦାନ ଆସିଛି ସେ ବିଷୟରେ ବୁଝି କହିବି ଓ ସ୍କୁଲର ଅନ୍ୟନ୍ୟ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଜଣାଇ ତୁତନ୍ତ ସମାଧାନ କରାଯିବା ନେଇ କହିଛନ୍ତି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories