ପୁଣି ବଢିଲା କରୋନା : ଦୈନିକ ସଂକ୍ରମଣ ଦେଢ ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ଦେଢ ହଜାର ଟପିଛି । ଦିନକରେ ପୁଣି ଦେଶରେ ୧୫୯୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ଦିନକରେ ୯୧୦ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି। କୋଡିଡ ଆରୋଗ୍ୟ ହାର  ୯୮.୭୯ ପ୍ରତିଶତ ରହିଛି। ଦେଶରେ ୮ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି  ଏପର୍ଯ୍ୟନ୍ତ ୨୨୦ କୋଟି ୬୫ଲକ୍ଷରୁ ଡୋଜ କୋଭିଡ ଟିକା ଦିଆଯାଇଛି । ଗତ ଦିନକ ମଧ୍ୟରେ ୯ହଜାର ୪୯୭ ଡୋଜ ପ୍ରତିଷେଧକ ଟିକା ଦିଆ ଯାଇଛି। ଏବେ କରୋନା ସଂକ୍ରମଣ ସହ ଏଚ୩ଏନ୨ ଫ୍ଲୁ ଦେଖା ଦେଇଥିବାରୁ ଏହା ଚିନ୍ତା ବଢ଼ାଇଛି । କରୋନାର ନୂତନ ପ୍ରକରଣ ମଧ୍ୟ ସଂକ୍ରମଣର ଅନ୍ୟତମ କାରଣ ପାଲଟିଛି।

Comments are closed.