nua o banner

‘ଶିକ୍ଷା ବିଭାଗରେ ଖଣି ଭିତରେ ମାଫିଆ’

BSKY banner  750×100
0

ନୂଆଦିଲ୍ଲୀ : ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ପ୍ରଘଟ ନେଇ ଦେଶର ଲକ୍ଷଲକ୍ଷ ଛାତ୍ରଛାତ୍ରୀ ମାନସିକ ଚାପରେ ଥିବାବେଳେ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। କୋଇଲା ଖଣି ଶିଳ୍ପ ଅପେକ୍ଷା ଶିକ୍ଷା ବିଭାଗରେ ଅଧିକ ମାଫିଆରାଜ ଚାଲିଛି ଓ ଏହାର ଚେର ବହୁ ଭିତରକୁ ଯାଇଛି ବୋଲି ସେ କହିଛନ୍ତି। ଅତୀତରେ କୋଇଲା ବିଭାଗ ସଚିବ ଥିବା ସ୍ୱରୂପ କହିଛନ୍ତି ଯେ ଖଣି ଭିତରେ କୋଇଲା ଥାଏ; କିନ୍ତୁ ମାଫିଆ ଥାଆନ୍ତି ଉପରେ। ଶିକ୍ଷା ବିଭାଗରେ କିନ୍ତୁ ଏହାର ଠିକ୍‌ ଓଲଟା-ମାଫିଆମାନେ ଖଣି ଭିତରେ ରହିଛନ୍ତି ଏବଂ ଆମେ ସେମାନଙ୍କ ସହ ଜୁଝୁଛୁ। ବର୍ତ୍ତମାନ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ସେଥିରେ ସିବିଏସ୍‌ଇ ମୁଖ୍ୟ ଅନିତା କରୱାଲଙ୍କର କିଛି ଭୂମିକା ନାହିଁ। ଏହି ମାମଲାରେ ଯିଏ ବି ସମ୍ମୁଖକୁ ଆସିବ କଠୋର ଦଣ୍ଡର ସମ୍ମୁଖୀନ ହେବ ବୋଲି ସ୍ୱରୂପ କହିଛନ୍ତି।

Leave A Reply