କିଶୋରୀ ବାଳିକା ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପିପିଲି : ପିପିଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ହାଇସ୍କୁଲଠାରେ ପ୍ରଧାନଶିକ୍ଷୟିତ୍ରୀ ନିର୍ମଳା କୁମାରୀ ନାୟକଙ୍କ ତତ୍ତ୍ବାବଧାନରେ କିଶୋରୀ ବାଳିକା ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବମ ଓ ଦଶମ ଶ୍ରେଣୀର ମୋଟ ୯୧ ଜଣ ଛାତ୍ରୀଙ୍କୁ ବାଳିକା ଶିକ୍ଷା ସଚେତନତା ଉପରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ନେଇ ସଚେତନ କରାଇଥିଲେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଗଣେଶ ଚନ୍ଦ୍ର ଦାସ ଯୋଗ ମାଧ୍ୟମରେ କିପରି ନିଜର ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟର ଯତ୍ନ ନେଇ ପାରିବେ ସେ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଚାର୍ଟ, ପୋଷ୍ଟର ଆଜି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଛାତ୍ରୀମାନେ ସୋସିଆଲ ମିଡ଼ିଆର ଖରାପ ବ୍ୟବହାରରେ ପ୍ରଭାବିତ ନ ହେବା, ବାଳିକା ଶିକ୍ଷାକୁ ଆଗେଇ ନେବା, ପୁଷ୍ଟିକର ଖାଦ୍ୟ ଖାଇବା, ଯୈ।ତୁକ ପ୍ରଥାକୁ ଘୋର ବିରୋଧ କରିଵା ଆଦି ଉପରେ ସଚେତନ କରାଯାଇଥିଲା । ଶେଷରେ ଛାତ୍ରୀମାନେ ଯୈ।ତୁକ ସଚେତନତା ଉପରେ ଏକ ଆକର୍ଷଣୀୟ ନାଟକ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମହେନ୍ଦ୍ର ଦାସ, ନିରଞ୍ଜନ ସ୍ବାଇଁ, ଇତିଶ୍ରୀ ନାୟକ, ରଶ୍ମିରଞ୍ଜନ ନାୟକ, ଲକ୍ଷ୍ମୀପ୍ରିୟା ସିଂହସାମନ୍ତ, ପଦ୍ମାଳୟା ଦେବୀ, ସଂଗୀତା ମହାନ୍ତି ସହଯୋଗ କରିଥିଲେ।
Comments are closed.