www.samajalive.in
Saturday, December 6, 2025
14.1 C
Bhubaneswar

ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ୧୮ ଘଣ୍ଟାର ଜେରା

ଭୁବନେଶ୍ବର: ଦିନ ସାରା ଜେରା , ରାତି ତମାମ ଜେରା। ୧୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଡାଇ ତୁଡାଇ ପ୍ରଶ୍ନ। ଭଣ୍ଡାରୀପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଳଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତି ସାରା ଜେରା କରିଛି ଇଡି। ୧୮ ଘଣ୍ଟାର ଜେରା ପରେ ଭୋର୍ ସାଢେ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି। ବରପଦା ଇଂଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ବାପା ପ୍ରଫୁଲ୍ଲ ସାମଲଙ୍କ ପରେ ମଙ୍ଗଳବାର ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଦିନ ପ୍ରାୟ ୧୦ଟାରୁ ଇଡି ମାରାଥନ୍ ଜେରା କରିଥିଲା। ଏଭଳି ଦୀର୍ଘ ସମୟର ଜେରାର ସମ୍ମୁଖୀନ ହୋଇ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରୟାସକାନ୍ତି କହିଛନ୍ତି ଯେ ମୋତେ କିଛି ପଚାରିନାହାନ୍ତି , ପୁଣି ଆପର ମାନଙ୍କ ସହ ଦେଖାହେବ। ସୂଚନା ଅନୁସାରେ ଜବତ ହୋଇଥିବା ମୋବାଇଲ୍ ରେ ଜମି ଦୁର୍ନୀତିର ଗୁମର ଥିବା ସୁରାକ୍ ପାଇଛି ଇଡି। ସେଥିରେ ଡିଲିଟ୍ ହୋଇଥିବା ତଥ୍ୟ ହାସଲ କରିବାକୁ ସାଇବର ଏକ୍ସପଟ୍ ଟିମ୍ ଉଦ୍ୟମ କରୁଛି। ଇଡି ର ୩ଟି ଟିମ୍ ପ୍ରୟାସକାନ୍ତିଙ୍କୁ ଜେରା କରିଥିବା କୁହାଯାଉଛି। କିଛି ଦିନ ତଳେ ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଧରି ଇଡି ଜେରା କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories