www.samajalive.in
Saturday, December 6, 2025
26.1 C
Bhubaneswar

ଭାତ, ସତ ଓ ରାଜନୀତି

ଗରିବଙ୍କ ପାଇଁ ସରକାରୀ କଲ୍ୟାଣକାରୀ ଯୋଜନା ଆରମ୍ଭ ହେଲେ ହଠାତ୍‌ ରାଜନୀତିକ ଗରିବଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଯାଏ। ଥୋଡ଼େ ଖାଲିପାଟିଆ ନିଜକୁ ନିଃସ୍ବ ଦର୍ଶାଇ ଗରିବୀ ତାଲିକାରେ ନାମ ଦରଜ କରାଇନେବାରେ ସଫଳ ହୁଅନ୍ତି। ରାଜନୈତିକ ପୃଷ୍ଠପୋଷକତା ଲାଭ କରୁଥିବା ଏହି ବର୍ଗକୁ ପ୍ରାଶାସନିକ ସହଯୋଗ ମିଳେ। ଭାରତରେ ଏବଂ ବିଶେଷକରି ଓଡ଼ିଶାରେ ଏହା ନୂଆକଥା ନୁହେଁ। ଏବେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନବଳରେ ଓଡ଼ିଶାର ୩କୋଟି ୨୬ଲକ୍ଷ ଲୋକ ୨୦୧୫ ନଭେମ୍ବର ମାସରୁ ଶସ୍ତାରେ ଦୁଇଟଙ୍କିଆ ଚାଉଳ ପାଇଆସୁଛନ୍ତି। ଏହା ବାହାରେ ଆଗରୁ ଶସ୍ତା ଚାଉଳ ପାଉଥିବା ରାଜ୍ୟର ୩୪ଲକ୍ଷ ୪୦ ହଜାର ଲୋକେ କେନ୍ଦ୍ରୀୟ ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ୨୦୧୧ ଜନଗଣନା ତଥ୍ୟ ଓ ଅନ୍ୟାନ୍ୟ ବିଷୟକୁ ବିଚାରକୁ ନେଇ କେନ୍ଦ୍ରସରକାର ଏହି ଲୋକଙ୍କୁ ସଂପୃକ୍ତ ଯୋଜନାରୁ ବଞ୍ଚିତ କରିଛନ୍ତି।
ଏବେ ବାଦ୍‌ ପଡ଼ିଥିବା ସେହି ଲୋକଙ୍କୁ ଓଡ଼ିଶା ସରକାର ନିଜସ୍ବ ଖାଦ୍ୟ ନିରାପତ୍ତା ଯୋଜନାରେ ଅକ୍ଟୋବର ଦୁଇ ତାରିଖରୁ ଶସ୍ତାରେ ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବାପରେ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ଏହାକୁ ଭୋଟବ୍ୟାଙ୍କ ରାଜନୀତି ଓ ପ୍ରାକ୍‌ ନିର୍ବାଚନ କସରତ୍‌ ଭାବେ ଚିତ୍ରିତ କରିବାରେ କୌଣସି ଅସ୍ବାଭାବିକତା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସଫେଇ ହେଲା ସେ ବାଦ ପଡ଼ିଥିବା ଲୋକଙ୍କୁ ତାଲିକାଭୁକ୍ତ କରିବାକୁ ବହୁ ଆଗରୁ ପ୍ରତିଶ୍ରୁତି ଦେଇଥିଲେ। ଅତଏବ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ପାଳନରୁ ଦୂରେଇ ରଖିବାର ଅଧିକାର ବିରୋଧୀଙ୍କର ନାହିଁ। ଟଙ୍କାକିଆ ଚାଉଳ ଯୋଗାଣ ରାଜନୀତିରେ ନବୀନ ସରକାରଙ୍କର ଅଭିଜ୍ଞତା ​‌େଢର ଅଧିକ। ତେଣୁ ରାଜନୈତିକ ଦୃଷ୍ଟିରୁ ନିଜକୁ ଓ ସଂପୃକ୍ତ ଲୋକଙ୍କୁ ସୁହାଉଥିବା ଏଭଳି ଏକ ଯୋଜନା ସେ କେତେବେଳେ କେମିତି ଆରମ୍ଭ କରିବେ ତାହା ସଂପୂର୍ଣ୍ଣଭାବେ ତାଙ୍କର ନିଜସ୍ବ। ସେ ସମ୍ପର୍କରେ ଟୀକାଟିପ୍ପଣୀର ଆବଶ୍ୟକତା ନାହିଁ।
ରାଜନୀତିରେ ଊର୍ଦ୍ଧ୍ବରେ ରହି ଏହି ପ୍ରସଙ୍ଗଟିକୁ ଦେଖିଲେ ଯେଉଁସବୁ ବିଚାର ଆସେ ତାହା ଚିନ୍ତା ଉଦ୍ରେକ କରିଥାଏ। ଓଡ଼ିଶା ଦ୍ରୁତବିକାଶ ପଥରେ ଅଗ୍ରସର ହେଉଛି ଏବଂ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସୁଥିବା କଥା ସରକାରୀଭାବେ ଦାବି କରାଯାଉଛି। ଏହା ସତ୍ତ୍ବେ ରାଜ୍ୟର ଦରିଦ୍ର ଓ ନିରନ୍ନଙ୍କ ସଂଖ୍ୟା ବଢ଼ୁଛି କାହିଁକି? ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ତିନିଚତୁର୍ଥାଂଶ (୭୮%)ଖାଦ୍ୟ ନିରାପତ୍ତା ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବା ଆମର କେଉଁ ପ୍ରଗତିକୁ ସୂଚାଉଛି ତାହା ବୁଝିବା କଷ୍ଟ। ନିରନ୍ନଙ୍କୁ ଦାନା ଦେବାପାଇଁ ରାଜ୍ୟ ରାଜକୋଷକୁ ମଧ୍ୟ ପ୍ରସ୍ତୁତ ରଖିବାକୁ ହେବ। ଶସ୍ତା ଚାଉଳ ପ୍ରକୃତ ହିତାଧିକାରୀ ପାଆନ୍ତୁ ଏବଂ ଏହାର ଦୁରୁପଯୋଗଜନିତ ପ୍ରଭାବ ଅର୍ଥନୀତି ଉପରେ ନ’ପଡ଼ୁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories