www.samajalive.in
Saturday, December 6, 2025
26.1 C
Bhubaneswar

ଯାଦୁକରୀ ପ୍ରଭାବ

ମହର୍ଷି ଦୟାନନ୍ଦ ସମାଜ ସଂସ୍କାର ଉଦ୍ଦେଶ୍ୟରେ ଯେଉଁଯେଉଁ ସ୍ଥାନରେ ପ୍ରବଚନ ଦେଉଥିଲେ ସେଠାରେ ଅମିରଚନ୍ଦ ନାମକ ଜଣେ ବ୍ୟକ୍ତି ଗୀତ ଗାଉଥିଲେ। ତାଙ୍କର କଣ୍ଠ ଥିଲା ସୁଲଳିତ। ତେଣୁ ଶ୍ରୋତାମାନଙ୍କର ଖୁବ୍‌ ପସନ୍ଦଯୋଗ୍ୟ ଥିଲେ। ଦୟାନନ୍ଦ ନିଜେ ମଧ୍ୟ ଅମିରଚନ୍ଦଙ୍କୁ ଖୁବ ପସନ୍ଦ କରୁଥିଲେ। ନିରନ୍ତର ଦୟାନନ୍ଦଙ୍କ ସମ୍ପର୍କରେ ଆସିବା କାରଣରୁ ତାଙ୍କସହ ଆତ୍ମୀୟତା ଘନିଷ୍ଠ ହୋଇଯାଇଥିଲା। ଯଦିଓ ତାଙ୍କର ବ୍ୟକ୍ତିଗତ ଜୀବନସମ୍ପର୍କରେ ବିଶେଷ ଭାବରେ ଜାଣିନଥିଲେ ତଥାପି ତାଙ୍କୁ ଦୟାନନ୍ଦ ବିଶେଷ ଭଲ ପାଉଥିଲେ।
ଏହା ଭିତରେ କିଛି ଦିନ ଅତିବାହିତ ହୋଇଗଲା। ସମାଜର କିଛି ଶୀର୍ଷ ସ୍ଥାନୀୟ ବ୍ୟକ୍ତି ଅମିରଚନ୍ଦଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦୟାନନ୍ଦଙ୍କୁ ଜଣାଇଥିଲେ। ତାଙ୍କର ଆପତ୍ତିଜନକ କାର୍ଯକଳାପ ବିଷୟରେ ଜାଣିବାକୁ ପାଇ ଦୟାନନ୍ଦ ବ୍ୟଥିତ ହୋଇପଡ଼ିଲେ। ମନ ଭିତରେ ସ୍ଥିର କଲେ ଯେପରି ହେଉ ତାଙ୍କୁ ବାଟକୁ ଆଣିବା ନିମନ୍ତେ। ଲୋକମାନଙ୍କଠାରୁ ଶୁଣିବାପରେ ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ଯାଞ୍ଚ କରି ଏହା ସତ୍ୟବୋଲି ଜାଣିବାକୁ ପାଇଥିଲେ।
ଅନ୍ୟ ଦିନ ଅମିରଚନ୍ଦ ପ୍ରବଚନ ସଭାରେ ସଂଗୀତ ଗାନ କରିଥିଲେ ଓ ଘରକୁ ଯିବା ସମୟରେ ଦୟାନନ୍ଦଙ୍କ ଅନୁମତି ନେବାକୁ ଆସିଲେ। ଠିକ୍‌ ଏହି ସମୟରେ ଦୟାନନ୍ଦ କହିଥିଲେ- ଅମିରଚନ୍ଦ। ତୁମର କଣ୍ଠ କୋକିଳ ସଦୃଶ, ଜନମନ ହରଣକାରୀ। ହେଲେ ବଡ଼ ଦୁଃଖର ବିଷୟ ଯେ ତୁମ ଭିତରଟା କୋଇଲାଭଳି, ଅଙ୍ଗାର ସଦୃଶ। ଏଭଳି ଆଚରଣ ତୁମ ପକ୍ଷରେ ଶୋଭନୀୟ ନୁହେଁ, ତୁମକୁ ଏହି ଆଚରଣ ତ୍ୟାଗ କରିବାକୁ ପଡ଼ିବ ଯଦି ଭଲ ମଣିଷ ହେବାକୁ ଚାହଁୁଥାଅ।
ଅମିରଚନ୍ଦ ଏହା ଜାଣିବା ପରେ ସ୍ତବ୍ଧ ହୋଇଯାଇଥିଲେ। ଦୟାନନ୍ଦ ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସବୁକଥା ଜାଣି ପାରିଥିବାରୁ ନିଜକୁ ଅପରାଧୀ ମନେକଲେ। ସେହିଠାରେ ସଂକଳ୍ପ କଲେ ଜଣେ ଉତ୍ତମ ମଣିଷ ହୋଇ ଦୟାନନ୍ଦଙ୍କ ଶ୍ରଦ୍ଧାଭାଜନ ହେବାପାଇଁ।
ଏହାପରଠାରୁ ଚରିତ୍ର ସଂଶୋଧନ କ୍ରମେ ସେ ନିଶାସେବନ ଓ ଲାଞ୍ଚନେବା ବନ୍ଦ କରିଦେଇଥିଲେ। ଦୋଷାରୋପ କରି ତଡ଼ି ଦେଇଥିବା ପତ୍ନୀଙ୍କୁ ଗୃହକୁ ଆଣିଥିଲେ। ନିଜକୁ ସଂଶୋଧନ କଲାପରେ ଦୟାନନ୍ଦଙ୍କ ନିକଟକୁ ଉଭୟେ ପତି-ପତ୍ନୀ ଆସିଥିଲେ ଆଶୀର୍ବାଦ ଭିକ୍ଷା ଉଦ୍ଦେଶ୍ୟରେ। ଅମିରଚନ୍ଦଙ୍କ ପତ୍ନୀ ସ୍ବାମୀଙ୍କଠାରେ ଏଭଳି ଅଭୂତପୂର୍ବ ପରିବର୍ତ୍ତନ ଲକ୍ଷ୍ୟ କରି ଅତିପ୍ରସନ୍ନ ହୋଇଥିଲେ। ଦୟାନନ୍ଦଙ୍କ ଯୋଗୁ ତାଙ୍କ ଭଙ୍ଗାସଂସାର ପୁଣି ହସି ଉଠିଥିବାରୁ ସେ କୃତଜ୍ଞତା ଜଣାଇଥିଲେ ତାଙ୍କୁ। ତାଙ୍କର ସତ୍‌ପରାମର୍ଶର ଯାଦୁକରୀ ପ୍ରଭାବ ବଳରେ ହିଁ ଏହା ସମ୍ଭବ ହୋଇଥିଲା।
ସାଧୁସଂସର୍ଗର ଫଳ ସବୁକାଳେ ଏଇଆ ହିଁ ହୋଇଥାଏ। ବିଡ଼ମ୍ବନା ଏହି ଯେ ସେମାନଙ୍କ ସୁ-ପରାମର୍ଶ, ଉପଦେଶର ମହତ୍ତ୍ବ ବୁଝି ଏହାକୁ କାର୍ଯ୍ୟରେ ଲଗାଇବାରେ ଅଧିକାଂଶ ପରାଙ୍‌ମୁଖ ଥାନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories