କାଙ୍‌କ୍ଷିତ ମୃତ୍ୟୁ

0

ପରାଧୀନ ଭାରତବର୍ଷର ଏହି ଘଟଣା। ଗୋରା ସରକାରଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେଶରେ ସର୍ବତ୍ର ସ୍ବାଧୀନତା ଆନ୍ଦୋଳନ ଦାବାଗ୍ନି ସଦୃଶ ବ୍ୟାପିଯାଇଥାଏ। ଦେଶପ୍ରେମୀଙ୍କ ସମ୍ମୁଖରେ ଗୋଟିଏ ଲକ୍ଷ୍ୟ ଥିଲା ପରାଧୀ ନତାର ବନ୍ଧନରୁ ଦେଶମାତୃକାର ମୁକ୍ତି। ଏଥିପାଇଁ ଇଂରେଜ ସରକାରର ସକଳପ୍ରକାର ଦମନ ନୀତିକୁ ଦେଶପ୍ରେମୀମାନେ ହସିହସି ସହ୍ୟ କରି ନେଉଥିଲେ। ଫିରିଙ୍ଗି ସରକାରର ଗୁଳିଗୋଳା, ତୋପ, ଫାଶୀଦଣ୍ଡକୁ ସେମାନଙ୍କର ଭ୍ରୂକ୍ଷେପ ନଥିଲା। ଇଂରେଜମାନଙ୍କର କଠୋର ଦମନନୀତି ସଂଗ୍ରାମୀମାନଙ୍କ ଦେଶପ୍ରେମ ନିକଟରେ ଅତି ତୁଚ୍ଛ ଥିଲା। ଦେଶମାତୃକାର ମୁକ୍ତି ପାଇଁ ଜଣେ ସାଧାରଣ ମହିଳାଙ୍କ ଅସାଧାରଣ ତ୍ୟାଗ ସମ୍ପର୍କିତ ନିମ୍ନୋକ୍ତ ପ୍ରସଙ୍ଗ।
ସ୍ବାଧୀନତା ନିମିତ୍ତ ସେ ସମୟରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତା’ର କେନ୍ଦ୍ରବିନ୍ଦୁ ଥିଲା କାନପୁର। ବୃତ୍ତି ଥିଲା ଗଣିକା। ମନେମନେ ଭାବିଲେ ଏଭଳି ଏକ ଘୃଣ୍ୟ ବୃତ୍ତିକୁ ଆଦରି ନେଇ ନିରନ୍ତର ମରିବା ଅପେକ୍ଷା ସବୁଠାରୁ ଭଲ ହେବ ଦେଶପାଇଁ ପ୍ରାଣବଳି ଦେବା। ଯଦି ଦେଶର ସ୍ବାଧୀନତା ଆନ୍ଦୋଳନରେ ଭାଗନେଇ ମୋର ଜୀବନ ଚାଲିଯାଏ, ତେବେ ଏହା ମୋ ପାଇଁ ଶେୟସ୍କର ହେବ। ଏହା ସିଦ୍ଧାନ୍ତ କରି ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥି​‌େ​‌ଲ।
ଘରଘର ବୁଲି ମହିଳାମାନଙ୍କୁ ସଂଗଠିତ କଲେ। ସେମାନଙ୍କ କାନରେ କ୍ରାନ୍ତିର ସନ୍ଦେଶ ଭରିଦେଲେ ଦେଶମାତୃକାର ମୁକ୍ତି ନିମନ୍ତେ। ତାଙ୍କର ଯାଦୁକରୀ ବାଣୀରେ ଅଧିକରୁ ଅଧିକ ମହିଳା ଏହି ଦଳରେ ସାମିଲ ହେଲେ। ଏହି ମହିଳା କ୍ରାନ୍ତିକାରୀମାନଙ୍କ ସେବା, ସହାୟତା ନିମ​‌େ​‌ନ୍ତ ସକଳପ୍ରକାର ଦାୟିତ୍ବବୋଧ ସେ ନିଜ ଉପରକୁ ନେଇଥିଲେ। ଦେଶପ୍ରେମୀ ମହିଳାଙ୍କ ଏହି ପ୍ରୟାସ ସମ୍ପର୍କରେ ଇଂରେଜସରକାର ଜାଣିପାରିଥିଲେ ଓ ତାଙ୍କୁ ବନ୍ଦୀ କରିଥିଲେ ଦେଶଦ୍ରୋହ ଅପରାଧରେ। ଇଂରେଜ କପ୍ତାନ ହେବ୍‌ଲୋକଙ୍କ ସମ୍ମୁଖରେ ମହିଳାଙ୍କୁ ହାଜର କରାଯାଇଥିଲା। କପ୍ତାନ ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ ଏଭଳି ଜଣେ ମହିଳା ଏତେବଡ଼ ମହିଳା କ୍ରାନ୍ତିକାରୀ ଦଳଗଠନ କରିବାରେ କିପରି ସକ୍ଷମ ହୋଇଛନ୍ତି, ଯେଉଁମାନେ ଇଂରେଜ ସରକାର ପ୍ରତି ବିପଦ ସାବ୍ୟସ୍ତ ହୋଇଛନ୍ତି। ମହିଳାଙ୍କୁ କହିଥିଲେ- ଯଦି ତୁମେ ତୁମର ଅପରାଧ ନିମିତ୍ତ କ୍ଷମା ମାଗି ଏଥିରୁ ନିବୃତ୍ତ ରୁହ ତା’ହେଲେ ତୁମର ଅପରାଧ ମାଫ୍‌ କରିଦିଆଯିବ। ଅନ୍ୟଥା ତୁମକୁ ମୃତ୍ୟୁଦଣ୍ଡ ଦିଆଯିବ।
ଦେଶର ମୁକ୍ତିମନ୍ତ୍ରରେ ଅଭିମନ୍ତ୍ରିତ ମହିଳା ଦୃପ୍ତ କଣ୍ଠରେ କହିଥିଲେ- ‘ଖାସ୍‌ ମରିବାପାଇଁ ତ ମୁଁ ଦେଶପ୍ରେମର ପଥ ବାଛିନେଇଛି। ମୃତ୍ୟୁର ଭୟ ଦେଖାଇ ମୋତେ ଏଥିରୁ କ୍ଷାନ୍ତ କରାଇ ପାରିବେନି। ଯେତେବେଳେ ମୁଁ ଏକ ଘୃଣିତ ପନ୍ଥା ବାଛିନେଇ ଜୀବିକା ଅର୍ଜନ କରୁଥିଲି ସେତେବେଳେ ପ୍ରତି ମୁହୂର୍ତ୍ତରେ ମୃତ୍ୟୁବତ୍‌ ଯନ୍ତ୍ରଣା ଅନୁଭବ କରୁଥିଲି। ଏବେ ଜୀବନରେ ପ୍ରଥମ କରି ଜିଇବାର ପନ୍ଥା ଶିଖିଛି। ଏହା ମୋ ପାଇଁ କାଙ୍‌କ୍ଷିତ ମୃତ୍ୟୁ। ମଁୁ ଜାଣିଥିଲି ଯେ ମୋର ଏହି କାର୍ଯ୍ୟ ନିମନ୍ତେ ମୋତେ ମୃତ୍ୟୁଦଣ୍ଡ ହିଁ ଦିଆଯିବ।’ ବିଚାରପତି ତାଙ୍କର ବିଚାର କରି ତାଙ୍କୁ ଫାଶୀର ସଜା ଶୁଣାଇଥିଲେ। ହସିହସି ଦେଶପ୍ରେମୀ ମହିଳାଜଣକ ଫାଶୀଖୁଣ୍ଟରେ ଝୁଲିପଡ଼ିଥିଲେ ମୃତ୍ୟୁକୁ ସ୍ବୀକାରକରି। ଜୀବନ ଜିଇବାର ଉଦ୍ଦେଶ୍ୟ ମିଳିଯାଇଥିଲା, ତେଣୁ ଜୀବନ ତାଙ୍କର ସଫଳ ହୋଇଯାଇଥିଲା।

Leave A Reply