www.samajalive.in
Sunday, December 7, 2025
18.1 C
Bhubaneswar

ଇଡି ଜାଲରେ ଲୋକପ୍ରିୟ ଅଭିନେତା ମୋହନଲାଲ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଜାଲରେ ଫଶିଛନ୍ତି ଲୋକପ୍ରିୟ ମାଲାୟାଲମ ଅଭିନେତା ମୋହନଲାଲ ବିଶ୍ବନାଥନ। ବେଆଇନ ଅର୍ଥ କାରବାର ମାମଲାରେ ଅଭିନେତାଙ୍କୁ ସମନ କରିଛି ଇଡି। ଆସନ୍ତା ସପ୍ତାହରେ ତାଙ୍କୁ କୋଚି ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ନିର୍ଦ୍ଦେଶ ଦେଇଛି। କୁଖ୍ୟାତ ଆଣ୍ଟିକ୍ ଡିଲର ତଥା ଠକ ମୋନସନ ମାଭୁଙ୍କଲ ସହ ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କର କ’ଣ ସମ୍ପର୍କ ରହିଛି ସେନେଇ ପଚରାଉଚରା କରିପାରେ ଇଡି। ଲୋକଙ୍କଠାରୁ ୧୦କୋଟି ଟଙ୍କା ଠକିଥିବା ମାମଲାରେ ଗତବର୍ଷ ସେପ୍ଟେମ୍ବର ମାସରେ ମୋନସନଙ୍କୁ କେରଳ ପୁଲିସ ଗିରଫ କରିଥିଲା। ମୋହନଲାଲ ଥରେ ମୋନସନଙ୍କ କେରଳ ସ୍ଥିତ ଘରକୁ ଯାଇଥିଲେ, ହେଲେ ସେ କେଉଁ କାରଣ ପାଇଁ ଯାଇଥିଲେ ସେନେଇ କୌଣସି ସୂଚନା ଏଯାଏଁ ମିଳିପାରି ନାହିଁ।

ସୂଚନାଯୋଗ୍ୟ, ନକଲି ପ୍ରାଚୀନ ସାମଗ୍ରୀ ବିକ୍ରି କରି କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗରେ କେରଳ ପୁଲିସ ୫୨ ବର୍ଷୀୟ ମୋନସନକୁ ଗିରଫ କରିଥିଲା। ସେ ନିଜକୁ ପ୍ରାଚୀନ ବସ୍ତୁର ସଂଗ୍ରହକର୍ତ୍ତା ବୋଲି ଲୋକ ସମ୍ମୁଖରେ ପ୍ରତିପାଦିତ କରୁଥିଲା। ଟିପୁ ସୁଲତାନଙ୍କ ସିଂହାସନ, ଆଉରଙ୍ଗଜେବଙ୍କ ମୁଦ୍ରିକା, ଛତ୍ରପତୀ ଶିବାଜୀଙ୍କ ଭଗବତ୍ ଗୀତାର ପଟି ଏବଂ ସେଣ୍ଟ ଏଣ୍ଟନୀଙ୍କ ନଖ ଭଳି ଦୁର୍ଲଭ ଜିନିଷ ସେ ରଖିଥିବା ଦାବି କରୁଥିଲା। ତଦନ୍ତକାରୀ ଅଧିକାରୀମାନେ ତା’ର ଦାବିକୁ ମିଥ୍ୟା ବୋଲି କହିଛନ୍ତି।

- Advertisement -

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories