www.samajalive.in
Saturday, December 6, 2025
15.1 C
Bhubaneswar

ନ୍ୟୁଜ୍ କ୍ଲିକ୍ ମାମଲାରେ ଆମେରିକୀୟ କୋଟିପତି ନେଭିଲ୍ ରାୟ ସିଂଘମ୍‌ଙ୍କୁ ଇଡିର ସମନ

ଡେସ୍କ: ଅନ୍‌ଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ‘ନ୍ୟୁଜ୍ କ୍ଲିକ୍’ ସହ ଜଡିତ ଟଙ୍କା ହେରଫେର ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ – ଇଡି ପୁନର୍ବାର ଆମେରିକୀୟ କୋଟିପତି ନେଭିଲ ରଏ ସିଂଘମ୍‌ଙ୍କୁ ସମନ କରିଛି। ସିଂଘମ୍‌ ଚୀନ ଆଭିମୁଖ୍ୟ ପ୍ରଚାର ପ୍ରସାର କରିଥିବା ଅଭିଯୋଗ ହୋଇଛି ଏବଂ ସେ ଚୀନର ସାଂଘାଇରେ ରହୁଥିବା କୁହାଯାଇଛି।

ଦିଲ୍ଲୀର ଏକ କୋର୍ଟ ତାଙ୍କୁ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ କହିବା ପରେ ସିଂଘମ୍‌ଙ୍କୁ ଇଡି ସମନ ଜାରି କରିଛି। ନ୍ୟୁୟର୍କ ଟାଇମ୍ସ ସମ୍ବାଦ ଅନୁଯାୟୀ, ନ୍ୟୁଜକ୍ଲିକ୍ ଏକ ବିଶ୍ୱସ୍ତରୀୟ ନେଟୱାର୍କର ଅଂଶ, ଯାହା ସିଂଘମ୍‌ ଦ୍ୱାରା ଅନୁଦାନ ପ୍ରାପ୍ତ ଏବଂ ଚୀନ୍ ମିଡିଆ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥାଏ। ଅର୍ଥ ହେରଫେର ମାମଲାରେ ଇଡି ପ୍ରଥମ ଥର ପାଇଁ ୨୦୨୧ ସେପ୍ଟେମ୍ବରରେ ଦିଲ୍ଲୀର ନ୍ୟୁଜକ୍ଲିକ ପରିସରରେ ଚଢ଼ାଉ କରିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories