www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

କଲମପୁର: ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ବିଜୟ ଦେବ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରାଷ୍ଟାଚାର ଓ କୁଶାସନ ବିରୋଧରେ କଲମପୁର ବ୍ଲକ ସମ୍ମୁଖରେ ବକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୁଇ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ ସ୍ଥାନୀୟ ନିର୍ମାଲ୍ୟକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟଳୟକୁ ଯାଇଥିଲେ। ରାଜ୍ୟ ସଂଗଠନର ଆହ୍ୱାନରେ ଆଜି କଲମପୁରଠାରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ଜିଲ୍ଲା ସଭାପତି ଆର୍ତତ୍ରାଣ ମହାପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଭାରତ ଭୁଷଣ ଦେଓ, ଦୀପଜ୍ୟୋତି ମୁଣ୍ଡ, ସାଧାରଣ ସମ୍ପାଦକ ସୁଧିର ରଂଜନ ପାଟ୍ଟଯୋଷୀ, ବରିଷ୍ଠ ନେତା ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ରାସନକାର୍ଡ ଦୁର୍ନୀତି, ଭତ୍ତା ଦୁର୍ନୀତି, ଆବାସ ଯୋଜନାର ଦୁର୍ନୀତି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡ଼ିଥିବା ମତବ୍ୟକ୍ତ କରିଥିଲେ।

କଲମପୁରଠାରେ ଥିବା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭିତିଭୂମି ସହ ଆବଶ୍ୟକ ଅଧ୍ୟାପକ ଅଭାବ ଯୋଗୁଁ ଅଂଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେଉଥିବା ଦର୍ଶାଇଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ ଏବେ ମଧ୍ୟ କଲମପୁର ବ୍ଲକ ଅବହେଳିତ। କେବଳ କଲମପୁର ନୁହେଁ ପଡ଼ୋଶୀ ଥୁଆମୁଳ ରାମପୁର, ଜୁନାଗଡ଼, ଜୟପାଟଣା ବ୍ଲକରୁ ଦୈନିକ ଶତାଧିକ ଲୋକ କଲମପୁର ଗୋଷ୍ଟୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ଭରସା କରି ଚିକିତ୍ସିତ ହେବାପାଇଁ ଆସୁଥିବା ବେଳେ ଶଯ୍ୟା ଅଭାବ, ଷ୍ଟାପ ନର୍ସ, ୱାର୍ଡ ଏଟେଣ୍ଡେଂଟ, ଡ୍ରେସର ଭଳି ଅତ୍ୟାବଶକ ପଦବୀ ସମେତ ୩ ଫେଜ ବିଦ୍ୟୁତ ସେବା ନଥିବାରୁ ଅନେକ ବୈଦ୍ୟୁତିକ ଉପକରଣ ଅଚଳ ହୋଇ ରହିଛି। ଯେଉଁଥିପାଇଁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉପସ୍ତିତ ନେତୃମଣ୍ଡଳି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ପ୍ରାଶାସନ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। କଲମପୁର ମଣ୍ଡଳ ସଭାପତି କମଳ ବାଗ, ହେମନ୍ତ ବେହେରା, ହରେକୃଷ୍ଣ ସାହୁ, ସୌରଭ ବେହେରା ପ୍ରମୁଖ କର୍ମୀ ସକ୍ରିୟ ସହଯୋଗ କରିଥିଲେ। ଅନ୍ୟପଟେ ଏହି ବିକ୍ଷୋଭରେ ଯୋଗ ଦେଇଥିବା ହିତାଧିକାରୀ କିଏ ଆବାସ ଯୋଜନା ତ ପୁଣି କିଏ ଭତ୍ତା ଏବଂ ଆଉ କିଏ ରାସନ କାର୍ଡ ଖଣ୍ଡିକ ପାଇବା ଆଶାରେ ନେତୃମଣ୍ଡଳିଙ୍କ ନିକଟରେ ନିଜ ନିଜର ଆବେଦନ ପତ୍ର ଦାଖଲ କରିଥିଲେ। ଏହି ସବୁ ଆବେଦନ ପତ୍ରକୁ କର୍ମୀମାନେ ସଂଗ୍ରହ କରି ବ୍ଲକ ପ୍ରଶାସନକୁ ହସ୍ତାନ୍ତରିତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories