କୋଣାର୍କ : କୋଣାର୍କ ସମେତ ପାତି ସୋନାପୁର ଓ ଭିତରକନିକାର ପେଣ୍ଠବିଚରେ ମଧ୍ୟ ଇକୋ ରିଟ୍ରିଟ୍ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋଣାର୍କ ଚନ୍ଦ୍ରଭାଗାସ୍ଥିତ ଇକୋ ରିଟ୍ରିଟ୍କୁ ଆଭାସି ଜରିଆରେ ଉଦ୍ଘାଟନ କରିଛନ୍ତି। ପୂର୍ବରୁ ନଭେମ୍ବର ୧ରୁ ଦାରିଙ୍ଗବାଡ଼ି, ହୀରାକୁଦ, ସାତକୋଶିଆ ଆଦି ସ୍ଥାନରେ ଇକୋ ରିଟ୍ରିଟ୍ ଚାଲୁଥିବାବେଳେ ଶୁକ୍ରବାର କୋଣାର୍କ ଉତ୍ସବ ଅବସରରେ ଇକୋ ରିଟ୍ରିଟ୍ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ରାଜ୍ୟ କ୍ରୀଡ଼ା ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ପର୍ଯ୍ୟଟନ ନିର୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବଙ୍କ ସମେତ ପର୍ଯ୍ୟଟନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଚଳିତ ବର୍ଷ କୋଣାର୍କରେ ୭୦ଟି ତମ୍ବୁ ଘର ପ୍ରସ୍ତୁତ କରାଯାଇଥିବାବେଳେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
Popular Categories



