www.samajalive.in
Monday, December 15, 2025
17.1 C
Bhubaneswar

ବିହାରରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି କଲେ ଇସି

ସମାଜ ଡିଜିଟାଲ ଡେସ୍କ: ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଆୟୋଗ ମଙ୍ଗଳବାର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି। ଏହି ଭୋଟର ତାଲିକା ଆଧାରରେ ଆଗାମୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ(ଇସି) ନିଜର ଓ୍ବେବସାଇଟରେ ଏହି ତାଲିକା ଅପଲୋଡ କରିଛନ୍ତି। ଚୂଡ଼ାନ୍ତ ତାଲିକାରେ ୭ କୋଟି ୪୧ ଲକ୍ଷ ୯୨ ହଜାର ୩୫୭ ମତଦାତାଙ୍କ ନାମ ରହିଛି। ଚୂଡ଼ାନ୍ତ ତାଲିକାରେ ପାଟନା ଜିଲାରେ ୧ ଲକ୍ଷ ୬୩ ହଜାର ମତଦାତା ବୃଦ୍ଧି ପାଇଛନ୍ତି। ସେହିପରି ମୁଜଫରପୁର ଜିଲାରେ ୮୮ ହଜାର ୧୦୮ ଭୋଟର ବଢ଼ିଛନ୍ତି।

ରିପୋର୍ଟ ଅନୁସାରେ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭୋଟର ତାଲିକାକୁ ଜିଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ। ଭୋଟରମାନେ ମଧ୍ୟ ନୂତନ ତାଲିକାରେ ନିଜ ନାମକୁ ଯାଞ୍ଚ କରିପାରିବେ। ସେମାନେ ଇସିଙ୍କ ଓ୍ବେବସାଇଟ୍‌କୁ ଯାଇ ନିଜ ନାଁ ରହିଛି କି ନାହିଁ ଦେଖିପାରିବେ। ନିର୍ବାଚନ ଆୟୋଗ ଅଧିକାରୀମାନେ ଆସନ୍ତା ୫ ଏବଂ ୬ ତାରିଖରେ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ଏହା ପରେ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories