www.samajalive.in
Saturday, December 6, 2025
15.1 C
Bhubaneswar

କିଛି ସହଜ ଉପାୟ ; ଦୂର କରେ କେଶ ଜନିତ ଅନେକ ସମସ୍ୟା

ଭିଟାମିନରେ ଭରପୁର ଅଣ୍ଡା କେଶର ବିକାଶ ଓ ସ୍ୱାସ୍ଥ୍ୟ ପାଇଁ ହିତକାର । ଅଣ୍ଡାରେ ଅଲିଭ ତେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ପରେ ଏହାକୁ ମୁଣ୍ଡରେ ଲଗାନ୍ତୁ।
ପାଳଙ୍ଗ ଶାଗରେ ବହୁ ମାତ୍ରାରେ ଆଇରନ ଥାଏ । ଯାହା କେଶ ବିକାଶରେ ସହାୟକ ହୋଇଥାଏ । ଭୋଜନରେ ପାଳଙ୍ଗ ଶାଗ ନେବା ଅତ୍ୟନ୍ତ ଜରୁରୀ ଅଟେ ।

ଲାଲ, ହଳଦୀଆ ଓ ସବୁଜ ରଙ୍ଗର ସିମଲା ଲଙ୍କାରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ । ଏହା ମଧ୍ୟ କେଶ ମଜଭୁତ କରିବାରେ ସହାୟକ ହୋଇଥାଏ । ଶରୀରରେ ଭିଟାମିନ ସି କମ୍ ହେବା ଫଳରେ କେଶ ଶୁଷ୍କ ହୋଇଥାଏ । ଫଳରେ ବହୁ ପରିମାଣରେ କେଶ ଝଡିଥାଏ ।

- Advertisement -

କେଶର ଶୁଷ୍କପଣ ଦୂର କରିବା ପାଇଁ ସପ୍ତାହକୁ ଥରେ କେଶରେ ତେଲ ମାଲିସ କରନ୍ତୁ।

ଖରାରେ ବାହାରକୁ ବାହାରିବା ବେଳେ ମୁଣ୍ଡକୁ ଭଲ ଭାବେ ଘୋଡାଇ ରଖନ୍ତୁ।

କେଶରେ ଥିବା ରୂପି ସମସ୍ୟା ଓ କେଶକୁ କଳା ରଙ୍ଗ କରିବା ପାଇଁ ଆପଣ ପିଜୁଳିର ପତ୍ର ବ୍ୟବହାର କରନ୍ତୁ। ପିଜୁଳିର ପତ୍ର ସହ ଲେମ୍ବୁ ରସ ମିଶାଇ ଲଗାଇବା ଉତ୍ତମ ଅଟେ। କେଶ ପାଇଁ କିଭଳି ଏହାକୁ ପ୍ରସ୍ତୁତ କରିବେ ଜାଣନ୍ତୁ…….
୧୫ରୁ ୨୦ଟି ପିଜୁଳିର ପତ୍ରକୁ ପେଷି ପାଉଡ଼ର ପ୍ରସ୍ତୁତ କରନ୍ତୁ। ଏହି ପାଉଡ଼ରରେ ୨ରୁ ୩ ବୁନ୍ଦା ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏବେ ଏହାକୁ ୨୦ ମିନିଟ କେଶରେ ଲଗାଇ ରଖିଦିଅନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ।
ସେହିଭଳି ପିଜୁଳିର ପତ୍ର ସହ ଭୁସଙ୍ଗପତ୍ରର ବ୍ୟବହାର କରିବା ଦ୍ୱାରା ମଧ୍ୟ କେଶର ରଙ୍ଗ କଳା କରିଥାଏ। ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ହେଉଛି, ୭ରୁ ୮ଟି ପିଜୁଳି ପତ୍ର ସହ ଏକ ମୁଠା ଭୁସଙ୍ଗ ପତ୍ର ମିଶାଇ ଏହାକୁ ପାଣିରେ ପକାଇ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏହି ପାଣିକୁ ଥଣ୍ଡା କରି ଏହାକୁ କେଶରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହା ପରେ କେଶକୁ ସାମ୍ପୁରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କେଶର ରଙ୍ଗ କଳା ହୋଇଥାଏ।
କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇଁ ……..
ପିଜୁଳି ପତ୍ରର ଗୁଣ୍ଡ ସହ ଅଁଳା ତେଲକୁ ମିଶାଇ ଏହାକୁ କେଶ ମୂଳରେ ଲଗାନ୍ତୁ। ଲଗାଇବାର ୩୦ ମିନିଟ ପରେ ସାମ୍ପୁରେ କେଶକୁ ସଫା କରି ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ଉପୁଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories