www.samajalive.in
Friday, December 5, 2025
20.1 C
Bhubaneswar

ଭାରତୀୟ ହକି ଦଳ ସହ କଥା ହେଲେ ନବୀନ, କହିଲେ- ଏହି ବିଜୟ ଆଗାମୀ ପିଢିକୁ ନିଶ୍ଚିତ ପ୍ରେରଣା ଦେବ

ଭୁବନେଶ୍ବର: ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ଜିତି ଇତିହାସ ରଚିଛି। ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ଭାରତର ଏହି ଐତିହାସିକ ବିଜୟରେ ସାରା ଦେଶ ଉତ୍ସବମୁଖର ହୋଇ ଉଠିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଭାରତୀୟ ହକି ଦଳ ସହ ଭିଡିଓ କନଫରେନ୍ସିଂରେ କଥା ହୋଇ ସମ୍ପୂର୍ଣ୍ଣ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଦେଶ ଓ ରାଜ୍ୟ ଗର୍ବିତ ବୋଲି କହିଛନ୍ତି। ଭାରତୀୟ ହକି ଦଳର ଏହି ବିଜୟ ଆଗାମୀ ପିଢିକୁ ନିଶ୍ଚିତ ପ୍ରେରଣା ଦେବ। ଏହାସହ ହକି ତଥା କ୍ରୀଡାକୁ କ୍ୟାରିଅର କରିବାକୁ ହଜାର ହଜାର ପିଲାଙ୍କୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ଐତିହାସିକ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ, କୋଚ  ଓ ସପୋର୍ଟ ଷ୍ଟାଫଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଚଳିତ ମାସ ୧୬ ତାରିଖରେ ଦଳକୁ ଭୁବନେଶ୍ୱରରେ ସମ୍ମାନର ସହ ସ୍ୱାଗତ କରାଯିବ ବୋଲି କହିଛନ୍ତି। ପ୍ରଥମେ ଟ୍ବିଟ୍‌ କରି ହକି ଦଳକୁ ବ୍ରିଲିଆଣ୍ଟ ଇନ୍ ବ୍ଲୁ ଲେଖି ଭାରତୀୟ ହକି ଟିମକୁ ପ୍ରଶଂସା ମଧ୍ୟ କରିଥିଲେ ନବୀନ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories