ପଲ୍ଲୀ ଅଂଚଳର ୯୧ପ୍ରତିଶତ ମାର୍କ ରଖିଥିବା ମେଧାବୀ ଛାତ୍ରଙ୍କୁ ଭେଟିଲେ ଉମରକୋଟ ବିଧାୟକ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ସାନ ଡ଼ାଇଭଟା ଏକ ପଲ୍ଲୀ ଅଂଚଳର ମେଧାବୀ ଛାତ୍ର ଯିଏକି +୨ବିଜ୍ଞାନ ରେ ୯୧ ପ୍ରତିଶତ ମାର୍କ ରଖି ନିଜ ଅଞ୍ଚଳ ଏବଂ ବାପା ମା ଙ୍କ ନାମକୁ ଟେକ ରଖିବାରେ ସକ୍ଷମ ହୋଇଛନ୍ତି । ସେ ହେଉଛନ୍ତି ସାନ ଡ଼ାଇଭଟା ଗ୍ରାମରଏକ ଗରିବ ପରିବାର ତ୍ରିଲୋଚନ ରନ୍ଧାରୀ ଙ୍କ ପୁଅ ମତିରାମ ନାୟକ । ସେ ପ୍ରମାଣ କରିଦେଇଛନ୍ତି ଯେ ଶିକ୍ଷ ।ଗତ ଯୋଗ୍ୟତା ହାସଲ କରିବା ପାଇଁ ଅର୍ଥ ପ୍ରତିବନ୍ଧକ ନୁହେଁ । ଇଛାଶକ୍ତିର ଆବଶ୍ୟକ ରହିଛି, ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଥିବା ବେଳେ ଏହି ଖବର ପାଇ ଉମରକୋଟ ବିଧାୟକ ନୀତିଆ ଗଣ୍ଡ ନବରଙ୍ଗପୁର ଗସ୍ତରେ ଆସିଥିବା ସମୟରେ ମେଧାବୀ ଛାତ୍ର କୁ ତାଙ୍କ ଗ୍ରାମରେ ଯାଇ ଭେଟିବା ସହ ଶୁଭେଚ୍ଛା ଜଣାଇ ଥିଲେ ଏବଂ ସେ ବଣ ଭିତରେ ଫୁଟିଥିବା ବଣ ମଲ୍ଲୀ କୁ ଭେଟି ଗର୍ବିତ ବୋଲି କହିବା ସହ ଛାତ୍ର ର ପାଠ ପଢା ପାଇଁ ଥିବା ଇଛାଶକ୍ତି ଦେଖି ଖୁସି ହୋଇ ଆଗାମୀ ଦିନର ସୁବିଧା ଅସୁବିଧା ବିଷୟରେ ଜଣେଇବାକୁ ନିବେଦନ କରିଥିଲେ । ମୋତିରାମଙ୍କ ବାପା ଜଣେ ଦିବ୍ୟାଙ୍ଗ ଅଟନ୍ତି । ଯାହାଙ୍କୁ ଆଜି ପର୍ୟ୍ୟନ୍ତ ବିକଳାଙ୍ଗ ପ୍ରମାଣ ପତ୍ର ଖଣ୍ଡେ ମିଳି ପାରୁନଥିବା ଯୋଗୁ ପେନସନ ମିଳି ପାରୁନାହିଁ । ଏପଟେ ମେଧାବୀ ଛାତ୍ର ତାର ବାପାଙ୍କ ପେନସନ କରେଇଦେଲେ ମୁ ଆଗକୁ ପାଠ ପଢିବା କୁ ସୁବିଧା ହେବ ବୋଲି ବିଧାୟକ ଙ୍କୁ ଅନୁରୋଧ କରି ଥିଲେ ।
Comments are closed.