www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

ନବରଙ୍ଗପୁର: ଅପପୃଷ୍ଟି ଓ ଶିଶୁ ମୃତ୍ୟୁ ହାରକୁ ରୋକିବା ଦିଗରେ ସ୍ତନ୍ୟପାନର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ସ୍ତନ୍ୟପାନର ଉପକାରିତା ଓ କୁପୋଷଣକୁ ଦୂରେଇବା ନିମନ୍ତେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅବସରରେ ବ୍ୟାପକ ଜନ ସଚେତନତା କାର୍ୟ୍ୟକ୍ରମମାନ ଅଙ୍ଗନବାଡି ଓ ଗ୍ରାମ ପଞ୍ଚାୟତ ସ୍ତରରେ କରାଯାଉଛି । ବିଶେଷ କରି ଅଙ୍ଗନବାଡି ସ୍ତରରେ ଗର୍ଭବତୀ ଓ ପ୍ରସୁତି ମହିଳା ଏବଂ ସ୍ବଂସହାୟକ ଦଳ ମାନଙ୍କ ସହିତ ଶିଶୁକୁ କୁପୋଷଣରୁ ରୋକିବାରେ ମାଆ କ୍ଷୀରର ଗୁରୁତ୍ଵ, ରକ୍ତ ହୀନତା ର ମୁକାବିଲାର ବିଭିନ୍ନ ଦିଗ, ସନ୍ତୁଳିତ ଆହାର ଓ ବାଲ୍ୟ ବିବାହର କୁପରିଣାମ ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଶିଶୁ ଜନ୍ମର ଏକ ଘଣ୍ଟା ସମୟ ମଧ୍ୟରେ ମାଆର ପ୍ରଥମ ଓ ହଳଦିଆ କଷ କ୍ଷୀର ଶିଶୁକୁ ନିଶ୍ଚୟ ଦେବା ବିଷୟରେ ଆଲୋଚନା କରାଯାଉଛି । ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଜିଲ୍ଲାର ସମସ୍ତ ଗ୍ରାମ ଗୁଡିକରେ ସଚେତନ କରାଇବା ନିମନ୍ତେ ଆଜି ସମାଜ କଲ୍ୟାଣ ବିଭାଗ ଓ ପି ଏଚେ ଆର ଏସ ସଂସ୍ଥାର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲା କାର୍ୟ୍ୟ।ଳୟରୁ ବାହାରିଛି । ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଓ ଉପଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ ମିଳିତ ଭାବରେ ପତାକା ଦେଖାଇ ଏହି ସଚେତନତା ରଥ ପରିକ୍ରମା କାର୍ୟ୍ୟକୁ ଆରମ୍ଭ କରିଛନ୍ତି ।

ଏହି ସଚେତନତା ରଥଟି ଜିଲ୍ଲାର ଦଶ ଗୋଟି ବ୍ଲକର ସମସ୍ତ ଗ୍ରାମରେ ସ୍ତନ୍ୟପାନର ଉପକାରିତା ଉପରେ ବାର୍ତ୍ତା ପ୍ରଚାର କରିବ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟର ହୋଇ ଥିବା ଏହି ସଚେତନତା ରଥ ର ଉଦଘାଟନୀ ସମାରୋହରେ ସହାୟକ ସମାଜ କଲ୍ୟାଣ ଅଧିକାରୀ ନରହରି ସିଂ, ଖଣ୍ଡିୟ ବନ ଅଧିକାରୀ, ମଗର ଧନଜି ରାଓସ, କ୍ରିଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଶିଶୁସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଆକ୍ସନଏଡ ସଂସ୍ଥାର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ, ତ୍ରିପତି ବାଲାଜି ସାହୁ, ସସ୍ମିତା ମହାନ୍ତି, ବିଶ୍ଵଜିତ ମହାନ୍ତି, ସୁକାନ୍ତ ପାତ୍ର, ତୃପ୍ତି ମହାପାତ୍ର, ପ୍ରଜ୍ଞା ଲିଷ୍ପା ସ୍ଵାଇଁ, ସୁଜିତ କୁମାର ସୁନା, ଜ୍ୟୋତ୍ସ୍ନାରାଣୀ ଚୌଧୁରୀ, ବନ୍ଧନା ଖାକା, କୁସୁମିତା ଦୀପ, ମାନସ ରଞ୍ଜନ କଟା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories