www.samajalive.in
Saturday, December 6, 2025
15.1 C
Bhubaneswar

ଆଫଗାନିସ୍ତାନରେ ଭୂକମ୍ପ ; ମୃତ୍ୟୁ ସଂଖ୍ୟା ୨୫୦କୁ ବୃଦ୍ଧି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ବୁଧବାର ହୋଇଥିବା ବଡ ଧରଣର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨୫୦କୁ ବୃଦ୍ଧି ପାଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଥିବା ବେଳେ ଅଧିକାରୀଙ୍କ ମତାନୁସାରେ ୨୫୦ ଜଣଙ୍କ ମୃତ୍ୟୁ ହେବା ସହ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୋସ୍ତ ସହର ରୁ ୪୪ କିଲୋମିଟର ଦୂର ଓ ୫୧ କିଲୋମିଟର ଗଭୀର ଥିଲା। ପ୍ରଥମେ ଏଥିରେ ୧୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଥିଲା। ଭୂକମ୍ପର ଝଟକା ଖୁବ ଅଧିକ ଥିବାରୁ ଏହାର ପ୍ରଭାବ ପଡୋଶୀ ଦେଶ ପାକିସ୍ତାନ, ଲାହୋର ମୁଲ୍ଲାନ ଆଦି ଅନୁଭବ ହୋଇଛି। ଭାରତରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି ବୋଲି ଖବର ମିଳିଛି। ବର୍ତ୍ତମାନ ମଧ୍ୟ ଉଦ୍ଧାରକାରୀ ମାନେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ହେଲିକପ୍ଟର ଯୋଗେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି ।
ସେହିପରି ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଛି। ରାତି ପ୍ରାୟ ୨ଟା ୨୪ ମିନିଟରେ ୬.୧ ତିବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଛି। ମାତ୍ର ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ଖବର ମିଳିଥିଲା। ବିଳମ୍ବିତ ରାତିରେ ମାଲେସିୟାରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୫.୧ ରେକର୍ଡ କରାଯାଇଥିଲା।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories