www.samajalive.in
Saturday, December 6, 2025
26.1 C
Bhubaneswar

ଉଦଘାଟନର ସାତ ମାସ ନହେଉଣୁ ଅବ୍ୟବସ୍ଥା ଘେରରେ ଛେଳିଗଡ଼ ସ୍ମାର୍ଟ ବିଦ୍ୟାଳୟ

ମୋହନା : ସ୍ମାର୍ଟ (୫ଟି)ବିଦ୍ୟାଳୟ ନାମରେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଉଦ୍ଦେଶ୍ୟରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁଁ ଉଦଘାଟନର ସାତମାସ ନହେଉଣୁ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଉଛି ବୋଲି ଅଭିଯୋଗ ହୋଇଛି।

ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ ଦେଖିଲେ ସ୍ପଷ୍ଟ ବାରିହୁଏ ସ୍ମାର୍ଟ ବିଦ୍ୟାଳୟର ନିର୍ମାଣ କାର୍ୟ୍ୟ। ଏଠାରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୪୬୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ୧୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଶିକ୍ଷା ଦାନ କରୁଛନ୍ତି । ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବେ ଆଉ ସ୍ମାର୍ଟ ହେବେ। ସେନେଇ ରାଜ୍ୟ ସରକାର ବିଦ୍ୟାଳୟକୁ ୫-ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କରି ଲାଇବ୍ରେରୀ, ସ୍ମାର୍ଟ କ୍ଲାସ୍ ରୁମ୍ ,ଆଦର୍ଶ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍ ସେବା ଯୋଗାଇବା ସହ ସୁନ୍ଦର ବଗିଚା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁବ୍ୟବସ୍ଥା କରୁଛନ୍ତି ।

ହେଲେ ଫଳ ହେଉଛି ଓଲଟା । ୨୦୨୧ ନଭେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଏହି ବିଦ୍ୟାଳୟକୁ ଉଦଘାଟନ କରି ଖୁସି ବ୍ୟକ୍ତ ମଧ୍ୟ କରିଥିଲେ । ହେଲେ ଉଦଘାଟନର ୭ ମାସ ନହେଉଣୁ ବିଦ୍ୟାଳୟଟି ଏବେ ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ନା ଆସୁଛି ଶୌଚାଳୟକୁ ପାଣି ନା ଆସୁଛି ବିଶୁଦ୍ଧ ପାନୀୟ ଜଳ । ବର୍ଷା ହେଲେ ଶ୍ରେଣୀ ଗୃହରେ ପଶୁଛି ବର୍ଷା ଜଳ । ଏବେ ମଧ୍ୟ ଅନେକ ପୁରୁଣା ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ମରାମତି କରାଯାଉନଥିବା ଯୋଗୁଁ ସେଠାରେ ଗଛ ଉଠିଗଲାଣି ।
ବିଦ୍ୟାଳୟ ପରିସରରେ କୂଅ ଥିଲେ ମଧ୍ୟ ମରାମତି ଅଭାବରୁ ଭୁସୁଡିଗଲାଣି ।ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ଦେଖି ଛାତ୍ର ଛାତ୍ରୀ ମାନେ ଅବ୍ୟବସ୍ଥା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି। ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ସୂଚନା ପ୍ରକାରେ ଏହି ବିଦ୍ୟାଳୟକୁ ୫ଟି ମାଧ୍ୟମରେ ୭୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି । ବିଦ୍ୟାଳୟ କାନ୍ଥ ଗୁଡିକୁ ଅନଭିଜ୍ଞ ମିସ୍ତ୍ରୀ ଦ୍ଵାରା ମରାମତି କରାଯାଇଥିବା ବେଳେ ବିଦ୍ୟାଳୟର ଅନେକ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି ।
ଏତେ ପରିମାଣର ଟଙ୍କା ଖର୍ଚ୍ଚ କରାଯାଇଛି କିନ୍ତୁ ଛାତ, କାନ୍ଥ ଫାଟି ଗଲାଣି। ବିଦ୍ୟାଳୟର ବହୁ କୋଠା ପୁରୁଣା ତାହାକୁ କେବଳ ରଙ୍ଗ ଦିଆଯାଇଛି । ଯାହାଫଳରେ ଚଳିତ ମାସ ୮ ତାରିଖରେ କାଳବୈଶାଖୀ ଝଡ଼ବତାସ ଯୋଗୁଁ ରଙ୍ଗ ଦିଆଯାଇଥିବା ଟିଣ ଛପର ମଧ୍ୟ ଉଡିଯାଇଛି । ତଥାପି ତାହାକୁ ସଜାଡିବା ପାଇଁ ଯେମିତି କାହାର ଦୃଷ୍ଟି ପଡୁନି । ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ୭୮ ଲକ୍ଷ ଟଙ୍କା କାହା ସ୍ୱାର୍ଥରେ କରାଯାଇଛି ନା ବିଦ୍ୟାଳୟ ରୂପାନ୍ତରିତ ନାମରେ ସରକାରୀ ଅର୍ଥକୁ ହଡପ କରାଯାଇଛି ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ତେବେ ବିଦ୍ୟାଳୟର ଏଭଳି ଅବ୍ୟବସ୍ଥା ସଂପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ କେ. ଭେଙ୍କଟରାମଣା। ବିଦ୍ୟାଳୟର ଏଭଳି ଅବସ୍ଥା ପାଇଁ ଯେଉଁ ମାନେ ସଂପୃକ୍ତ ତାହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ବିଦ୍ୟାଳୟ କମିଟି ସଭାପତି ସୌଦାମିନି ଯେନା ,ସମାଜସେବୀ ଅଜିତ ସାହୁ ଓ ଗ୍ରାମବାସୀ କହିଛନ୍ତି।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories