www.samajalive.in
Saturday, December 6, 2025
15.1 C
Bhubaneswar

ନେପାଳରେ ଶକ୍ତିଶାଳୀ ଭୂକମ୍ପ; ମୃତ୍ୟୁ ସଂଖ୍ୟା ୩୦ରୁ ଅଧିକ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ନେପାଳରେ ମଙ୍ଗଳବାର ସକାଳେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ଏଯାଏଁ ପ୍ରାୟ ୩୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସକାଳେ ୬ଟା ୩୫ରେ ଅନୁଭୂତ ହୋଇଥିବା ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଲଗାତାର ୭ ଥର ଅନୁଭୂତ ହୋଇଥିଲା । ଏଥିରେ ଅନେକ ବୃହତ୍ତକାୟ କୋଠା ଭୁଶୁଡିବାରୁ ଏହାତଳେ ଚାପି ହୋଇ ୩୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ମଧ୍ୟ ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ମିଳିଛି । ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।


ଆଜି ସକାଳେ ନେପାଳ, ବାଙ୍ଗଲାଦେଶ, ଚୀନ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଉତ୍ତର ଭାରତର ଅନେକ ସହରରେ ଭୂକମ୍ପ ଝଟକା କାରଣରୁ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ ।

ଦେଶରେ ବୃଦ୍ଧି ପାଉଛି ଏଚ୍‌ଏମ୍‌ପିଭି ଭୂତାଣୁ ; ଆଉ ୨ ଚିହ୍ନଟ, ମୋଟ ସଂକ୍ରମିତ ୮

- Advertisement -


୨୦୧୫ରେ ନେପାଳରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ହେବା ସହ ୨୨ ହଜାରରୁ ଅଧିକ ଲୋକେ ଆହତ ହୋଇଥିଲେ । ଲକ୍ଷ ଲକ୍ଷ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇ ଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories