ଜାମ୍ମୁ-କାଶ୍ମୀରର କିଶ୍ତଓ୍ୱାଡରେ ଭୂକମ୍ପର ଝଟକା ଅନୁଭୂତ

ଶ୍ରୀନଗର- ଜାମ୍ମୁ-କାଶ୍ମୀରରେ କିଶ୍ତଓ୍ୱାଡରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସୋମବାର ମଧ୍ୟାହ୍ନ ଦିନ ୧୨ଟା ବାଜି ୯ ମିନିଟ୍‌ରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ନ୍ୟାସନାଲ୍‌ ସେଣ୍ଟର ଫର୍‌ ସେସିମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟ କ୍ଷତି ହୋଇ ଥିବା ସୂଚନା ମିଳିନାହିଁ ।

ରିକ୍ଟରସ୍କେଲ୍‌ରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ଅଚାନକ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଉତ୍ତର ଭାରତର କେତକ ଅଞ୍ଚଳରେ ଗତ କିଛି ଦିନ ମଧ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଦିଲ୍ଲୀ ଏବଂ ପୂର୍ବୋତ୍ତର ରାଜ୍ୟମାନଙ୍କରେ ଗତ କିଛି ଦିନ ମଧ୍ୟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମାତ୍ର ଏଥିଯୋଗୁଁ କୌଣସି ବଡ କ୍ଷୟକ୍ଷତି ହୋଇ ନାହିଁ ।

Comments are closed.