www.samajalive.in
Monday, December 8, 2025
14.1 C
Bhubaneswar

କାନକୁ ସୁନ୍ଦର ଝୁମକା

କାନ ଏବଂ ଝୁମକାର ସମ୍ପର୍କ କେଉଁ କାଳରୁ ରହିଆସିଛି। ଝିଅମାନେ ଆଉ କୌଣସି ଅଳଙ୍କାର ପିନ୍ଧନ୍ତୁ କି ନାହିଁ, କାନରେ ନିଶ୍ଚୟ କିଛି ପିନ୍ଧିଥିବେ। କାନ ଏବଂ ଝୁମକାକୁ ନେଇ ଏକାଧିକ ଲୋକପ୍ରିୟ ସିନେମା ସଙ୍ଗୀତ ଏବେ ବି ଶୁଣିବାକୁ ମିଳେ। ପାଶ୍ଚାତ୍ୟ ହେଉ କି ପାରମ୍ପରିକ- ପ୍ରତି ପୋଷାକକୁ କାନଫୁଲ ଏକ ପୂର୍ଣ୍ଣାଙ୍ଗ ସୌନ୍ଦର୍ଯ୍ୟ ପ୍ରଦାନ କରେ। ଫ୍ୟାସନ୍ ଉଦ୍ୟୋଗରେ ପ୍ରତିମୁହୂର୍ତ୍ତରେ ଗବେଷଣା ଜାରି ରହିଥିବା ବେଳେ କାନକୁ ସୁନ୍ଦର କରିବା ଲାଗି ବଜାରରେ ଭିଡ ଜମାଇଥିବା ଅଳଙ୍କାର ସମ୍ପର୍କରେ ଜାଣନ୍ତୁ-

ଝୁମକା

- Advertisement -

ଫ୍ୟାସନ୍ ଯେତେ ଆଧୁନିକ ସ୍ତରକୁ ଗଲେ ବି ଝୁମକା କେବେ ଏହାର ତାଲିକାରୁ ବାଦ୍ ପଡିବ ନାହିଁ। ପାରମ୍ପରିକ ଶୈଳୀରେ ସଜାଉଥିବା ଝୁମକା ବଡଠାରୁ ସାନ ବିଭିନ୍ନ ଆକାରରେ ମିଳିଥାଏ। ନିଜ ପସନ୍ଦ ଅନୁଯାୟୀ ବାଛିପାରିଲେ ହେଲା।

ଷ୍ଟଡ୍

ଲମ୍ବା ଏବଂ ଓଜନିଆ କାନଫୁଲ ପସନ୍ଦ ନଥିଲେ ଏହା ଭଲ ବିକଳ୍ପ ହୋଇପାରିବ। ଶାଢି, ସାଲୱାର ସୁଟ୍ କିମ୍ବା ଅନ୍ୟ ଯେକୌଣସି ଡିଜାଇନରେ ପୋଷାକ- ଷ୍ଟଡ୍ ସବୁଥିରେ ମେଳ ହୋଇପାରିବ। ଏକରୁ ଆରମ୍ଭ କରି ବହୁରଙ୍ଗର ଷ୍ଟଡ୍ ବଜାରରେ ମିଳୁଛି।

ଚାନ୍ଦବାଲି

ଝୁମକା ପରି ଏହି ଡିଜାଇନ୍ ମଧ୍ୟ ସବୁବେଳେ ଫ୍ୟାସରେ ରହିଥାଏ। ଅନାରକଲି ହେଉ କିମ୍ବା ମ୍ୟାକ୍ସି ଡ୍ରେସ୍ ଏବଂ ଭାରତୀୟ ତଥା ପାଶ୍ଚାତ୍ୟ ସବୁ ଶୈଳୀର ପୋଷାକରେ ଏହାକୁ ପିନ୍ଧିହେବ। ଅବଶ୍ୟ ପାଶ୍ଚାତ୍ୟ ଶୈଳୀର ପୋଷାକରେ ଅଧିକ ଷ୍ଟୋନ୍ ଲାଗିଥିବା ଓଜନିଆ ଚାନ୍ଦବାଲି ନପିନ୍ଧି ସାଦାସିଧା ଡିଜାଇନ୍ ପିନ୍ଧିବା ଭଲ ।

pic courtesy Mirraw

ହୁପ୍ସ

ସମସ୍ତ ପ୍ରକାର ପୋଷାକ ସହିତ ଏହାକୁ ପିନ୍ଧିପାରିବେ। କେବଳ ବାଛିକରି ପିନ୍ଧିବା ଜରୁରୀ। ଭାରତୀୟ ପୋଷାକ ସହିତ ଷ୍ଟୋନ୍ କିମ୍ବା ମୋତି ଲାଗିଥିବା ହୁପ୍ସ ପିନ୍ଧିଲେ ଭଲ ଲାଗେ। ପାଶ୍ଚାତ୍ୟ ପୋଷାକରେ ମେଟାଲର ବଡବଡ ହୁପ୍ସ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ଦେଇଥାଏ।

pic courtesy Macy’s

ଡ୍ୟାଙ୍ଗଲର୍ସ

କୌଣସି ପାର୍ଟି କିମ୍ବା ଉତ୍ସବକୁ ଯାଉଥିଲେ ଏହା ଖୁବ୍ ଭଲ ବିକଳ୍ପ। ପ୍ରତ୍ୟେକ ପ୍ରକାର ପୋଷାକ ସହିତ ଏହାକୁ ପିନ୍ଧିହେବ। ଏହାର ଆଉ ଏକ ଲାଭ ହେଲା- ଏଗୁଡିକ ବେଶ୍ ଲମ୍ବା ହୋଇଥିବାରୁ ଆଉ ନେକ୍ଲେସ ପିନ୍ଧିବା ଦରକାର ହୁଏନାହିଁ।

ଟ୍ୟାସ୍ଲସ ଇୟର ରିଂ

ଏହା ଚାନ୍ଦବାଲି, ଡ୍ୟାଙ୍ଗଲର୍ସ କିମ୍ବା ହୁପ୍ସ- ଯେକୌଣସି ଡିଜାଇନରେ ମିଳିପାରେ। ପ୍ରତ୍ୟେକ ପୋଷାକ ସହିତ ପିନ୍ଧିଲେ ଏହା ଖୁବ୍ ଷ୍ଟାଇଲିଶ୍ ଦେଖାଯାଏ। ହାଲ୍କା ଏବଂ ସୁନ୍ଦର ହୋଇଥିବାରୁ ବିଶେଷକରି କଲେଜ ଯାଉଥିବା ଝିଅମାନଙ୍କର ଏହା ବେଶୀ ପସନ୍ଦ ହେଉଛି।

 

ଯଦି ଅଫିସ୍ ଯାଉଥା’ନ୍ତି

ବଜାରରେ ଏବେ ବିଭିନ୍ନ ପ୍ରକାରର ଇୟର କଫ୍ସ, ଇୟର ଜ୍ୟାକେଟ୍ସ ଉପଲବ୍ଧ। ଏହା ସୁନ୍ଦର ହୋଇଥିବା ସହ ହାଲ୍କା। ତେଣୁ ସହଜରେ ଅଫିସ୍ ପିନ୍ଧି ଯାଇହେବ। କୌଣସି ପାର୍ଟିକୁ ଯାଉଥିଲେ ମଧ୍ୟ ଏହାକୁ ପିନ୍ଧିପାରିବେ। ଷ୍ଟାଇଲିଶ୍ ହେବା ସହ ସମ୍ଭ୍ରାନ୍ତ ଦେଖାଯାଉଥିବାରୁ ଏଭଳି ଡିଜାଇନ୍ କର୍ମଜୀବୀ ମହିଳାଙ୍କର ବେଶୀ ପସନ୍ଦ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories