www.samajalive.in
Sunday, December 7, 2025
23.1 C
Bhubaneswar

ପାଣି ଓ ଅଙ୍ଗାରକାମ୍ଳରୁ ମିଳୁଛି ଇ-ଇନ୍ଧନ

ଟେକ୍ସାସ୍‌ : ପାଣି ଓ ଅଙ୍ଗାରକାମ୍ଳରୁ ମିଳୁଛି ଇ-ଇନ୍ଧନ। ଏହା ଜୀବାଶ୍ମ ଇନ୍ଧନର ବିକଳ୍ପ। ଏହା ଦ୍ବାରା ପରିବେଶ ପ୍ରଦୂଷଣ କମ୍‌ ହେବା ସହ ଗ୍ରୀନ୍‌ ହାଉସ୍‌ ପ୍ରଭାବକୁ କମ୍‌ କରାଯାଇପାରିବ। ବଢ଼ୁଥିବା ବିଶ୍ବତାପମାନକୁ ମଧ୍ୟ ଏହାଦ୍ବାରା ନିୟନ୍ତ୍ରଣ କରିହେବ। ଏହି ଇ-ଇନ୍ଧନକୁ ଟେକ୍ସାସ୍‌ର ଏକ ଷ୍ଟାର୍ଟଅପ୍‌ କମ୍ପାନୀ ବିକଶିତ କରିଥିବା ଜଣାପଡ଼ିଛି।
ଟେକ୍ସାସ୍‌ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ କେନ୍ଦ୍ରୀୟ ଅଞ୍ଚଳରେ ସବୁଠାରୁ ଜନବହୁଳ ରାଜ୍ୟ। ଟେକ୍ସାସ୍‌ର ସହର କର୍ପସ ଖ୍ରୀଷ୍ଟିର ଅର୍ଥବ୍ୟବସ୍ଥା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭର କରେ।

ବନ୍ଦର ସହର କର୍ପସ ଖ୍ରୀଷ୍ଟିରେ ବହୁ ଜୀବାଶ୍ମ ଇନ୍ଧନ କମ୍ପାନୀ ରହିଛି। ଆମେରିକାର ଅନ୍ୟ କୌଣସି ସହର ଅପେକ୍ଷା ଏଠାରୁ ଅଧିକ ପରିମାଣର ଅଶୋଧିତ ତୈଳ ରପ୍ତାନି ହୋଇଥାଏ। ଏହି ସହରର ଭବିଷ୍ୟତ ଏକ ଷ୍ଟାର୍ଟଅପ୍‌ ଉପରେ ନିର୍ଭର କରୁଛି; ଯାହା ପାଣି ଓ ଅଙ୍ଗାରକାମ୍ଳରୁ ଇନ୍ଧନ ତିଆରି କରୁଛି। ଏହାକୁ ପ୍ରୋତ୍ସାହିତ କରି ପାଣି ଓ ଅଙ୍ଗାରକାମ୍ଳରୁ ବହୁ ପରିମାଣର ତେଲ ବାହାର କରିପାରିଲେ ପରିବହନ କ୍ଷେତ୍ରରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ।

- Advertisement -

ଉଡ଼ାଜାହାଜଠାରୁ ଆରମ୍ଭ କରି ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରକର ହାନିକାରକ ଅଙ୍ଗାରକାମ୍ଳ ନିର୍ଗମନ ରୋକାଯାଇପାରିବ।
କାଲିଫର୍ଣ୍ଣିଆ ରାଜଧାନୀ ସାକ୍ରାମେଣ୍ଟୋସ୍ଥିତ ‘ଇନ୍‌ଫିନିୟମ’ ଷ୍ଟାର୍ଟଅପ୍‌ ଜଳରୁ ଇନ୍ଧନ ଉତ୍ପାଦନ ଭଳି ଏକ ଧାରଣାକୁ ବାସ୍ତବତାରେ ପରିଣତ କରିବା ସହ ବିଶ୍ବରେ ପ୍ରଥମ ଇ-ଇନ୍ଧନ ଉତ୍ପାଦକ ହୋଇପାରିଛି। ଇନ୍‌ଫିନିୟମ କାରଖାନାରେ ଇଲେକ୍ଟ୍ରୋଲାଇଜର ଜରିଆରେ ପବନ ଓ ସୌର ଶକ୍ତିରୁ ଉତ୍ପନ୍ନ ବିଦ୍ୟୁତ୍‌ ବ୍ୟବହାର କରି ପାଣିକୁ ବିଭାଜିତ କରାଯାଇ ହାଇଡ୍ରୋଜେନ୍‌ (ଉଦ୍‌ଜାନ) ଓ ଅମ୍ଳଜାନରେ ପରିଣତ କରାଯାଉଛି। ପରେ ହାଇଡ୍ରୋଜେନ୍‌କୁ ଏକ ରିଆକ୍ଟରକୁ ନିଆଯାଇ ଶିଳ୍ପ ଉଦ୍ୟୋଗରୁ ସଂଗୃହୀତ ଅଙ୍ଗାରକାମ୍ଳ ସହ ମିଶାଯାଉଛି।

ଏଥିରେ ପେଟେଣ୍ଟ ଉତ୍ପାଦକ ସହାୟତାରେ ବହୁ ଜଟିଳ ରାସାୟନିକ ପ୍ରକ୍ରିୟା କରାଯିବା ଫଳରେ ସିନ୍ଥେଟିକ୍‌ ଇନ୍ଧନ ମିଳୁଛି; ଯାହା ଜୀବାଶ୍ମ ଇନ୍ଧନର ରାସାୟନିକ ଗୁଣ ସହ ସମାନ। ଏହା ଇଲେକ୍ଟ୍ରୋ ଇନ୍ଧନ ବା ଇ-ଇନ୍ଧନ ନାମରେ ପରିଚିତ ହୋଇଛି। ଇନ୍‌ଫିନିୟମ ଦିନକୁ ପ୍ରାୟ ୮,୩୦୦ ଲିଟର ଇ-ଇନ୍ଧନ ଉତ୍ପାଦନ କରି ଆମେରିକାରେ ଥିବା ଏହାର ଗ୍ରାହକଙ୍କୁ ଯୋଗାଇ ଦେଉଛି। ଏହି ଇ-ଇନ୍ଧନକୁ ଟ୍ରକଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ ବ୍ୟବହାର କରାଯାଉଛି। ଏହାକୁ ବିକଳ୍ପ ଇନ୍ଧନ ଭାବେ ବ୍ୟବହାର କରି ଗ୍ଲୋବାଲ ୱାର୍ମିଂକୁ କମ୍‌ କରାଯାଇପାରିବ ବୋଲି କମ୍ପାନୀ ଦାବି କରୁଛି। ବିଶ୍ବ ଗ୍ରୀନ୍‌ ହାଉସ୍‌ ପ୍ରଭାବର ୨%ରୁ ଅଧିକ ଉଡ଼ାଜାହାଜ ଉଡ଼ାଣରୁ ହୋଇଥାଏ। ପରିବହନ ପାଇଁ ବ୍ୟବହାର ହେଉଥିବା ଟ୍ରକ, ଜଳଜାହାଜ ଏବଂ ରେଳ ଚଳାଚଳରୁ ୮% ଗ୍ରୀନ୍‌ ହାଉସ୍‌ ପ୍ରଭାବ ପଡ଼ିଥାଏ। ପାଞ୍ଚ ବର୍ଷ ପୂର୍ବରୁ ଇ-ଇନ୍ଧନ ବଜାର ଶୂନ୍ୟ ଥିବାବେଳେ ୨୦୩୦ ବେଳକୁ ଇ-ଇନ୍ଧନ ବଜାର ମୂଲ୍ୟ ୫୦ ଲକ୍ଷ କୋଟି ଡଲାରରେ ପହଞ୍ଚିବା ଆଶା କରାଯାଉଛି।

ହାଇଡ୍ରୋଜେନ୍ ଆଧାରିତ ଉତ୍ପାଦ ତିଆରି କରିବା ପାଇଁ ଇଲେକ୍ଟ୍ରୋଲାଇସିସ୍ ବ୍ୟବହାର କରିବା ଇ-ଇନ୍ଧନ ପାଇଁ ମେରୁଦଣ୍ଡ ହୋଇଥିବାବେଳେ ଏହି ପ୍ରଯୁକ୍ତିବିଦ୍ୟା ନୂଆ ନୁହେଁ। ୧୯୨୦ ଦଶକରେ ଆମୋନିଆ ଉତ୍ପାଦନ ପାଇଁ କାରଖାନାରେ ଏହି କୌଶଳ ପ୍ରୟୋଗ ହୋଇଥିଲା। ଏକ ଶସ୍ତା ବିକଳ୍ପ ଭା‌େବ ପ୍ରାକୃତିକ ଗ୍ୟାସ ଏବଂ କୋଇଲାକୁ ଆମୋନିଆରେ ପରିଣତ କରିବା ପରେ ଗ୍ରାହକଙ୍କୁ ପ୍ରଲୋଭିତ କରି ପରବର୍ତ୍ତୀ ସମୟରେ ଏହି କୌଶଳକୁ ବାଦ ଦିଆଯାଇଥିଲା। ବାଣିଜ୍ୟିକ ଇ-ଇନ୍ଧନ ଉତ୍ପାଦନ ବର୍ତ୍ତମାନ ପ୍ରାରମ୍ଭିକ ଅବସ୍ଥାରେ ଥିବାବେଳେ ଏଥିପ୍ରତି ଆଗ୍ରହ ବଢ଼ୁଥିବା ବ୍ଲୁମ୍‌ବର୍ଗର ବିଶ୍ଲେଷକ​‌ ରୋଜ୍‌ ଓଟ୍‌ସ କହିଛନ୍ତି। ଆମାଜନ ଭଳି ଇ-କମର୍ସ କମ୍ପାନୀ ମଧ୍ୟ ନିଜର ସାମଗ୍ରୀ ପରିବହନ ପାଇଁ ଇ-ଇନ୍ଧନ ବ୍ୟବହାର କରୁଛି। ୨୦୪୦ ସୁଦ୍ଧା ଆମାଜନ ନିଜର ଅଙ୍ଗାରକାମ୍ଳ ନିର୍ଗମନ ଶୂନ୍ୟ କରିବାକୁ ଲକ୍ଷ୍ୟ ରଖିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories