କରାପଲ୍ଲୀଠାରେ ଇ-ବାଇକ ଶୋରୁମ ଉଦଘାଟିତ

ଗୋପାଳପୁର : କରାପଲ୍ଲୀଠାରେ ଆଜି ମହାଲକ୍ଷ୍ମୀ ଇ ମୋର୍ଟସ ଶୋରୁମ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଶୋରୁମର ମାଲିକ ଅବସର ପ୍ରାପ୍ତ ସେନା କର୍ମଚାରୀ କର୍ଣ୍ଣଲ ଡ଼ ଦିନେଶ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ମି ଏଡି କଲେଜର କମାଣ୍ଡେଣ୍ଟ ଲେଫ୍ଟନାଣ୍ଟ ଜେନେରାଲ ରୁ.ଭି.ତାଲୁର, ବିଗ୍ରେଡର ଆଇଏସ ପଞ୍ଜରଥ, ଏନଜି ଓ ସୃଜନୀର ପ୍ରତିଷ୍ଠାତା ବନ୍ଦିତା ତ୍ରିପାଠୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଶୋରୁମରେ ୬୦ ହଜାର ଟଙ୍କାରୁ ୧.୩୦ ଲକ୍ଷ ଟଙ୍କା ମଧ୍ୟରେ ଇ ବାଇକ ରହିଛି । ଥରେ ଚାର୍ଜ ହେଲେ ଏହା ୬୦ କିମି ରୁ ୧୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ତେବେ ସେନା କର୍ମଚାରୀ, ମହିଳା ସଂଘ ଓ ବିଦ୍ୟାର୍ଥୀମାନେ ଗାଡି କିଣିଲେ ସେମାନଙ୍କୁ ବିଶେଷ ରିହାତି ମିଳିବ ବୋଲି ସୂଚନା ଦେଇଥିଲେ ଶୋରୁମ ମାଲିକ ଦିନେଶ କୁମାର ।

Comments are closed.