ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ବୁଧବାର ଦିନ ମୁଲତବୀ ରଖାଯାଇଛି। ଫଳରେ ତୃତୀୟ ଦିନ ପାଇଁ ଗୃହରେ ଅଚଳାବସ୍ଥା ଲାଗି ରହିଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଏ.ଆଇ.ଏ.ଡି.ଏମ୍.କେ., ଟି.ଡି.ପି., ଟି.ଏମ୍.ସି. ଏବଂ ଟି.ଆର୍.ଏସ୍.ର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସେମାନଙ୍କ ଦାବି ସପକ୍ଷରେ ସ୍ଲୋଗାନ ଦେଇଥିଲେ। ବାଚସ୍ପତି ସୁମିତ୍ରା ମହାଜନ ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ପରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୂର୍ବଭଳି ପରିସ୍ଥିତି ଜାରି ରହିଥିଲା। ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍ପତି ସୁମିତ୍ରା ମହାଜନ ଦିନକ ପାଇଁ ଗୃହକୁ ମୁଲତବୀ ରଖିଛନ୍ତି। କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ସଦସ୍ୟମାନେ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ତୁରନ୍ତ ଗିରଫ କରିବାପାଇଁ ଦାବି କରିଥିଲେ। ଏ.ଆଇ.ଏ.ଡି.ଏମ୍.କେ. ସଦସ୍ୟମାନେ କାବେରୀ ଜଳ ପରିଚାଳନା ବୋର୍ଡ଼ ପ୍ରତିଷ୍ଠାପାଇଁ ଦାବି କରିଥିବା ବେଳେ ତେଲୁଗୁଦେଶମ୍ ପାର୍ଟି ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଦାବି କରିଥିଲେ। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ସୋମବାର ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ କୌରସି କାର୍ଯ୍ୟ ସମ୍ଭବ ହୋଇପାରୁ ନାହିଁ।
Popular Categories



