ଆଳୁ ଚାଷ ପାଇଁ ୬୪.୧୭ କୋଟି ଟଙ୍କାର ବ୍ୟୟବରାଦ: ଉପମୁଖ୍ୟମନ୍ତ୍ରୀ
ସମାଜ ଡିଜିଟାଲ ଡେସ୍କ: ରବି ଋତୁରେ ଆଳୁ ଚାଷ କରିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ୬୪.୧୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ୧୫ ହଜାର ୨୩ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଯୋଜନା ହୋଇଛି। ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଶ୍ନ କାଳରେ ବୁଧବାର ଆଳୁ ଚାଷକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
ସେ କହିଛନ୍ତି, ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୧୫ ହଜାର ୨୩ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଯୋଜନା ହୋଇଛି। ପ୍ରତିବର୍ଷ ଯେଉଁ ଆଳୁ ଉତ୍ପାଦନ ହେବ ତାକୁ ମହଜୁଦ ରଖିବାକୁ ରାଜ୍ୟରେ ପିପିପି ମୋଡରେ ୫୮ଟି ଶୀତଳ ଭଣ୍ଡାର ନିର୍ମାଣ ହେବ। ଏହା ହାଇବ୍ରିଡ୍ ଢାଞ୍ଚାରେ ନିର୍ମାଣ ହେବ, ଯାହା ବିଦ୍ୟୁତ ଓ ସୌର ଚାଳିତ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
Comments are closed.