ଭୁବନେଶ୍ଵର : ଫିକା ପଡିବ ଦଶହରା। ଆସନ୍ତାକାଲି ଏବଂ ୩ ତାରିଖ ସକାଳ ଯାଏଁ ବଡ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ଘଡଘଡି ସହ ପବନ ବହିବାର ମଧ୍ୟ ସୂଚନା ରହିଛି। ଆଜି ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ଅବପାତ ପ୍ରଭାବରେ ପୂଜା ତୋରଣ ଗୁଡିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଗୁରୁବାର ପାଇଁ ୫ ଜିଲ୍ଲା ଯଥା କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ମୋଟ୍ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।
Popular Categories



