www.samajalive.in
Saturday, December 6, 2025
14.1 C
Bhubaneswar

ବାର୍ଷିକ ଜିଏସ୍‍ଟି ରିଟର୍ଣ୍ଣ ଦାଖଲ ଅବଧି ଡିସେମ୍ବର ୩୧ ଯାଏଁ ବୃଦ୍ଧି

ବାର୍ଷିକ ଜିଏସ୍‍ଟି ରିଟର୍ଣ୍ଣ ଦାଖଲର ସମୟସୀମାକୁ ବୃଦ୍ଧି କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଜିଏସଟିଆର -୯ ଓ ଜିଏସଟିଆର -୯ଏ ଏବଂ ଜିଏସଟିଆର -୯ସିରେ ପୁନଃସମନ୍ଵୟ ତଥ୍ୟଭିତ୍ତିକ ଫର୍ମ ଦାଖଲ ପାଇଁ ସମୟସୀମାକୁ ଅକ୍ଟୋବର ୩୧ ତାରିଖରୁ ଡିସେମ୍ବର ୩୧ ତାରିଖକୁ ସମ୍ପ୍ରସାରଣ କରାଯାଇଛି। ୨୦୧୮- ୧୯ ଆର୍ଥିକ ବର୍ଷ ପାଇଁ ଦୁଇ କୋଟିରୁ କମ୍‍ ଟଙ୍କାର ହାରାହାରି କାରବାର କରୁଥିବା ଟିକସଦାତାମାନଙ୍କ ପାଇଁ ବାର୍ଷିକ ରିଟର୍ଣ୍ଣ ଦାଖଲକୁ ଇଚ୍ଛାଧୀନ ରଖାଯାଇଛି।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ହାରାହାରି ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ଟିକସଦାତାମାନଙ୍କ ପାଇଁ ଜିଏସଟିଆର -୯ସିରେ ପୁନଃସମନ୍ଵୟ ତଥ୍ୟଭିତ୍ତିକ ଫର୍ମ ଦାଖଲ କରିବାକୁ ମଧ୍ୟ ଇଚ୍ଛାଧୀନ ରଖାଯାଇଛି। ବାର୍ଷିକ ରିଟର୍ଣ୍ଣ ଦାଖଲ ଓ ପୁନଃସମନ୍ଵୟ ତଥ୍ୟଭିତ୍ତିକ ଫର୍ମ ଦାଖଲର ସମୟସୀମାକୁ ସମ୍ପ୍ରସାରଣ କରିବା ପାଇଁ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରୁ ନିବେଦନ କରାଯାଇଥିଲା। କୋଭିଡ-୧୯ ଲକ୍‍ଡାଉନ୍‍ ପାଇଁ ବ୍ୟବସାୟୀମାନଙ୍କର କାରବାର ବନ୍ଦ ରହିବା ଓ ସ୍ୱଭାବିକ ଭାବେ ନ ଚାଲିବା ଯୋଗୁଁ ସେମାନଙ୍କ ପକ୍ଷରୁ ସରକାରଙ୍କୁ ଏଭଳି ନିବେଦନ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories