ଆସିଲା ଡୁକାଟିର ଏହି ନୂଆ ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍…

ନୂଆଦିଲ୍ଲୀ : ଡୁକାଟି ନିଜ ବହୁ ପ୍ରତିକ୍ଷୀତ ବାଇକ୍ ଡେଜଟେଏକ୍ସ ଡିସ୍କଭରୀକୁ ଭାରତରେ ଲଞ୍ଚ୍ କରିଦେଇଛି । ବାଇକରେ ହିଟେଡ୍ ଗ୍ରିପ୍ସ, ଟୁରିଂ ଓ୍ବିଣ୍ଡସ୍କ୍ରିନ୍, ସେଣ୍ଟର ଷ୍ଟାଣ୍ଡ୍ ଓ ଆଲୁମିନିୟମ୍ ପାନିୟର୍ ଭଳି ଫିଚର୍ ଦିଆଯାଇଛି । ଏହା ବ୍ୟତୀତ ମୋଟରସାଇକେଲରେ ସେଫ୍ଟି ପାଇଁ ବୁଲ୍ ବାର୍ ଓ ରେଡିଏଟର ଗାର୍ଡ ମଧ୍ୟ ଦିଆଯାଇଛି । କମ୍ପାନୀ ବାଇକକୁ ୨୧.୭୮ ଲକ୍ଷ ଟଙ୍କାର ଏକ୍ସ-ଶୋରୁମ୍ ଦାମରେ ଲଞ୍ଚ୍ କରିଛି ।
ବାଇକରେ ୯୩୭ ସିସିର ଏଲ୍ ଟ୍ବିନ୍ ଇଞ୍ଜିନ୍ ଦିଆଯାଇଛି ଯାହା ୧୦୮ ବିଏଚପିର ସର୍ବାଧିକ ପାଓ୍ବର ଓ ୯୨ ଏନଏମର ପିକ୍ ଟର୍କ ଜେନେରେଟ୍ କରିବାରେ ସକ୍ଷମ ହେବ । ଗାଡିରେ ୬ ସ୍ପିଡ୍ ଗିୟରବକ୍ସ ମିଳିବ । ଏଥିରେ ରାଇଡ୍ ମୋଡ୍, ପାଓ୍ବର ମୋଡ୍, ହ୍ବିଲି କଣ୍ଟ୍ରୋଲ, ଇଞ୍ଜିନ୍ ବ୍ରେକ୍ କଣ୍ଟ୍ରୋଲ, କ୍ରୁଜ୍ କଣ୍ଟ୍ରୋଲ ଓ ଇଲେକ୍ଟ୍ରୋନିକ୍ ରାଇଡର ମଧ୍ୟ ଦିଆଯାଇଛି ।
୪୬ ଏମଏମର ଆଡଜଷ୍ଟ ହୋଇପାରୁଥିବା ୟୁଏସଡି ଫ୍ରଣ୍ଟ୍ ଫୋର୍କ୍ସ ଓ ରିୟରରେ କେଓ୍ବାଇବି ଫୁଲି ଆଡଜଷ୍ଟେବଲ ମୋନୋଶକ୍ ରହିଛି । ଡୁଆଲ ୩୨୦ ଏମଏମର ଫ୍ରଣ୍ଟ୍ ଓ ସିଙ୍ଗଲ ୨୬୫ ଏମଏମର ରିୟର ଡିସ୍କ ସାମିଲ । ଏହି ମଡେଲ ଡୁକାଟିର ସମସ୍ତ ଡିଲରସିପରେ ଉପଲବ୍ଧ । ଗ୍ରାହକ ଏହାକୁ ନିକଟସ୍ଥ ଡୁକାଟି ଡିଲରସିପରୁ କ୍ରୟ କରିପାରିବେ ।
Comments are closed.