www.samajalive.in
Saturday, December 6, 2025
14.1 C
Bhubaneswar

ଦୁବାଇ ଚିତ୍ରକଳାରେ ଚମକିଲେ ସ୍ଵାମପାଟଣାର ମୋନାଲିସା

ପାଟଣା : ଅକ୍ଟୋବର ୮ ରୁ ୧୦ ତାରିଖ ଯାଏଁ ଦୁବାଇ ଠାରେ ଅନୁଷ୍ଠିତ ବିଶ୍ବ ଚିତ୍ରକଳା ପ୍ରଦର୍ଶନୀରେ ୫୦ଟି ଦେଶରୁ ୧୫ଶହ ଚିତ୍ରଶିଳ୍ପୀ ଯୋଗ ଦେଇଥିବା ବେଳେ ଏହି ଚିତ୍ରକଳା ପ୍ରଦର୍ଶନୀରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଦୁର୍ଗାଦେଇପୁର ଶାସନର ସୋମନାଥ ଦାଶଙ୍କ ଝିଅ ମୋନାଲିସା ଦାଶଙ୍କ ଚିତ୍ରକଳା ପ୍ରଦର୍ଶନ ବେଶ ଉଚ୍ଚ ପ୍ରଶଂସିତ ହୋଇଛି । ସ୍ଵାମପାଟଣାର ଝିଅ ତଥା ଝାଡ଼ଖଣ୍ଡ ରାଜ୍ୟ ବାହାଡାଗୋଡା ବାସିନ୍ଦା ଜଣାଶୁଣା ରାଜନେତା ତଥା ଅବସରପ୍ରାପ୍ତ ସେନା ଡାକ୍ତର ଅନ୍ତର୍ୟ୍ୟାମୀ ଉପାଧ୍ୟାୟଙ୍କ ବଡବୋହୂ ଏବଂ ଗୌତମ ଉପାଧ୍ୟାୟଙ୍କ ପତ୍ନୀ ମୋନାଲିସା ଦାଶ(ଉପାଧ୍ୟାୟ) ଦୁବାଇରେ ତାଙ୍କର ଚିତ୍ରକଳା ହାପିନେସ୍ ଉଇଦିନ୍ ଦର୍ଶକ ମାନଙ୍କ ଦ୍ଵାରା ବେଶ ଉଚ୍ଚ ପ୍ରଶଂସିତ ହୋଇଛି । ପିଲାଟି ଦିନରୁ ଚିତ୍ରକଳାରେ ଆଗ୍ରହ ରଖିଥିବା ମୋନାଲିସାଙ୍କ ଅଙ୍କିଓ ଚିତ୍ର ନିଜ ଘର ଓ ପରିବାର ମଧ୍ୟରେ ସିମୀତ ରହୁଥିଲେ ମଧ୍ୟ ତାଙ୍କୁ ଜାଣିଥିବା ଅନେକ ନବାଗତ ଚିତ୍ରଶିଳ୍ପୀ ତାଙ୍କ ଯୋଗାଯୋଗରେ ରହି କଳା ଜ୍ଞାନ ସଂଗ୍ରହ କରିଥାନ୍ତି । ବିବାହ ପରେ ସେ ତାଙ୍କ ସ୍ଵାମୀଙ୍କ ସହ ଦୁବାଇ ଯିବା ପରେ ଚିତ୍ରକଳା ଅଭ୍ୟାସ ଜାରି ରଖିବାକୁ ସ୍ଵାମୀଙ୍କ ଠାରୁ ମୋନାଲିସା ପ୍ରେରଣା ପାଇ ଆସୁଥିଲେ । ପ୍ରଥମ ଥର ପାଇଁ ଦୁବାଇରେ ବିଶ୍ଵ ଚିତ୍ରକଳା ପ୍ରଦର୍ଶନୀରେ ମୋନାଲିସାଙ୍କ ଚିତ୍ରକଳା ପ୍ରଦର୍ଶନ ତାଙ୍କୁ ବେଶ ଉତ୍ସାହିତ କରିଥିବା ବେଳେ ଦର୍ଶକଙ୍କ ପ୍ରଂଶସା ତାଙ୍କ ପାଇଁ ବଡ ପୁରସ୍କାର ବୋଲି ମତ ରଖିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories