www.samajalive.in
Saturday, December 6, 2025
26.1 C
Bhubaneswar

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଦୁଇ ଜଣ ଓକିଲ । ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଦର୍ଶାଯାଇଛି ଯେ  ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି କିଛି ଦିନ ତଳେ ଆଣିଥିବା ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହୀନ । ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିବା କାରଣରୁ ତାଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି ।

ସୂଚନାଯୋଗ୍ୟ ଗତ ୧୨ ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣଙ୍କ ବିରୋଧରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନିକଟକୁ ଚିଠି ଲେଖିଥିଲେ । ଜଗନ ତାଙ୍କ ଚିଠିରେ ଅଭିଯୋଗ କରିଥିଲେ ଯେ ଆନ୍ଧ୍ରପ୍ରଦେଶ ସରକାରକୁ ଭାଙ୍ଗିବା ଲାଗି ଜଷ୍ଟିସ ରମଣ ଷଡଯନ୍ତ୍ର ଚଳାଇଛନ୍ତି। ଜଷ୍ଟିସ ରମଣଙ୍କ ଏପରି ଯୋଜନାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କେତେକ ବିଚାରପତି ସମ୍ପୃକ୍ତ ଅଛନ୍ତି ବୋଲି ଜଗନ ଅଭିଯୋଗ କରିଥିଲେ । ଟିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନିକଟତର ଭାବେ ଜଣାଶୁଣା ଥିବା ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣ ରାଜ୍ୟ ସରକାରକୁ ଭାଙ୍ଗିବା ଲାଗି ନ୍ୟାୟପାଳିକାକୁ ଉପଯୋଗ କରୁଥିବା ଜଗନ ତାଙ୍କ ଚିଠିରେ ଅଭିଯୋଗ କରିଥିଲେ । ଜଗନ ଅଭିଯୋଗ କରିଥିଲେ ଯେ ବିଚାରପତି ରମଣ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ବିଚାର ନିମନ୍ତେ ଆସୁଥିବା ବିଭିନ୍ନ ମାମଲାର ବିଚାର ନିମନ୍ତେ ଖଣ୍ଡପୀଠ ଗଠନ ଓ ବିଚାରପତିଙ୍କୁ ମାମଲା ବଣ୍ଟନ କାର୍ଯ୍ୟକୁ ପ୍ରଭାବିତ କରୁଛନ୍ତି।

- Advertisement -

ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଜଗନ ଉଲ୍ଲେଖ କରିଥିଲେ ଯେ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଠିତ ହୋଇଥିବା ସରକାରକୁ ଅସ୍ଥିର କରିବାକୁ ନ୍ୟାୟପାଳିକାକୁ ବ୍ୟବହାର କରାଯାଉଛି। ଚିଠିରେ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ୪ ଜଣ ବିଚାରପତିଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଅଭିଯୋଗ କରାଯାଇଛି କି ଚନ୍ଦ୍ରବାବୁ ନାଇଡୁ ଓ ତେଲୁଗଦେଶମ୍ ପାର୍ଟି ନାମରେ ଚାଲିଥିବା ମାମଲାକୁ ରଫାଦଫା କରିବାକୁ ଜଷ୍ଟିସ ରମଣ ଆନ୍ଧ୍ର ହାଇକୋର୍ଟ ଉପରେ ଚାପ ପକାଉଛନ୍ତି।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories