www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ କେଉଁ ସ୍ଥାନ ; ଏଠାରେ ମେସିନ୍‍ ଦେଉଛି ମାଗଣା ପାଉଁରୁଟି 

ଦୁବାଇ : କେହି ଭୋକରେ ନ ରୁହନ୍ତୁ , ପ୍ରତ୍ୟେକ ଦେଶର ସରକାର ଏହି କଥା ପ୍ରତି ପ୍ରଥମେ ଗୁରୁତ୍ୱ ଦେଇଥାଆନ୍ତି। ଦୁନିଆରେ ଏଭଳି କେତେକ ଦେଶ ରହିଛି, ଯେଉଁ ଠାରେ ଅଧିକ ମହଙ୍ଗା ହେତୁ ଲୋକଙ୍କୁ  ଗୋଟିଏ ସମୟରେ ଖାଦ୍ୟ ଖାଇବାକୁ ମିଳିନଥାଏ। କୌଣସି ଅସହାୟ ଓ ଗରିବ ଲୋକେ ଉପବାସରେ ନ ରହିବା ପାଇଁ ଦୁବାଇର ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି। ସରକାର ଏଠାରେ ମାଗଣାରେ ରୁଟି, ପାଉଁରୁଟି ପାଇଁ ସ୍ମାର୍ଟ ଭେଡିଙ୍ଗ ମେସିନ୍‍ ଲଗାଇଛନ୍ତି।
ଭୋକ ଲାଗୁଥିବା ଲୋକେ ମେସିନର ଗୋଟିଏ ବଟନ୍‍ ବ୍ୟବହାର ଦ୍ୱାରା ପାଉଁରୁଟି କିମ୍ବା ରୁଟି ମିଳିବ। ଏହାଦ୍ୱାରା ଗରିବ ଅସହାୟ ପରିବାର ଓ ଶ୍ରମିକଙ୍କୁ ୨୪ ଘଣ୍ଟା ମାଗଣାରେ ରୁଟି ଉପଲବ୍ଧ କରିବା ପାଇଁ ଏହି ଯୋଜନା କରାଯାଇଛି। ଦୁବାଇର କେତେକ ସ୍ଥାନରେ ଏହି ମେସିନର ବ୍ୟବହାର କରାଯାଇଛି।
ଏହି ମେସିନକୁ ବ୍ୟବହାର କରିବା ଖୁବ ସହଜ। ଏଥିରୁ ଦୁଇ ପ୍ରକାରର ପାଉଁରୁଟି ମିଳିଥାଏ। ପାଉଁରୁଟିର ଚୟନ ପାଇଁ ବଟନ୍‍ ଥିବା ସହ ୧ ମିନିଟ ମଧ୍ୟରେ ପାଉଁରୁଟି ମେସିନରୁ ଆସିଥାଏ। ଯେ କେହି ଚାହିଁବେ ଅସହାୟଙ୍କ ପାଇଁ ହୋଇଥିବା ଏହି ଯୋଜନା ପାଇଁ ନିଜ ଇଚ୍ଛାରେ ଟଙ୍କା ଦେଇପାରିବେ। ମେସିନରେ ମୋବାଇଲ ବ୍ୟବହାର କରି ମଧ୍ୟ ଟଙ୍କା ଦେଇପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories