www.samajalive.in
Monday, December 15, 2025
27.1 C
Bhubaneswar

କାଶ୍ମୀରର ଡାଲ ହ୍ରଦ ଉପରେ ଡ୍ରୋନ ଠାବ

ଜମ୍ମୁ: ମଙ୍ଗଳବାର ଦିନ କାଶ୍ମୀରର ଏକ ଡ୍ରୋନକୁ ଠାବ କରାଯାଇଛି । କାଶ୍ମୀର ଜୋନ୍‍ ଆରକ୍ଷୀ ମହାନିରୀକ୍ଷକ ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଡ୍ରୋନକୁ ଠାବ କରାଯିବା ପରେ ପୁଲିସ ତାହାକୁ ତଳକୁ ଖସାଇଦେବା ସହିତ ଜବତ କରି ଏକ ଏତଲା ଦାଏର କରିଛନ୍ତି । ସେ କହିଥିଲେ ଯେ ଏ ସର୍ମ୍ପକରେ ଅଧିକ ତଦନ୍ତ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରବିବାର ଦିନ ଦୁଇଟି ବିସ୍ଫୋରକ ବହନକାରୀ ଡ୍ରୋନ ଜମ୍ମୁସ୍ଥିତ ବିମାନ ବନ୍ଦରର ଭାରତୀୟ ବାୟୁସେନା ସ୍ଥଳ ଉପରେ ଆକ୍ରମଣ କରିôଥଲା । ଏହି ଆତଙ୍କି ଆକ୍ରମଣ ପରବର୍ତ୍ତୀ ସମୟରେ ଜମ୍ମୁର ରତ୍ନୁଚାକ-କାଲୁଚାକ ମିଲିଟାରୀ ଷ୍ଟେସନ ଉପରେ ଦୁଇଟି ଡ୍ରୋନକୁ ଠାବ କରାଯାଇଥିଲା । ସୋମବାର ରାତିରେ ମଧ୍ୟ କୁଞ୍ଜୱାନି ଅଞ୍ଚଳରେ ଡ୍ରୋନ ଉଡୁଥିବା ଲକ୍ଷ୍ୟ କରାଯାଇଥିଲା ।
ଡ୍ରୋନ ଆକ୍ରମଣ ଏକ ପ୍ରଯୁକ୍ତିଗତ ବିପଦ ବୋଲି ଉଲ୍ଲେଖକରି ଆରକ୍ଷୀ ମହାନିରୀକ୍ଷକ କହିଛନ୍ତି, ପୁଲିସ ମଧ୍ୟ ପ୍ରଯୁକ୍ତି ସହାୟତାରେ ଏହାର ମୁକାବିଲା କରିବ । ଜମ୍ମୁ କାଶ୍ମୀର ପୁଲିସ ଏ ସମ୍ପର୍କରେ ୧୫ କୋର୍‍ ମୁଖ୍ୟ ଦପ୍ତର ସହିତ ସୋମବାର ଆଲୋଚନା କରିଛି । ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଥିଲେ, ପୂର୍ବତନ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଫୟାଜ ଅହମଦ, ତାଙ୍କ ପତ୍ନୀ ଓ ଝିଅଙ୍କୁ ହତ୍ୟା କରିବା ଘଟଣାରେ ପାକିସ୍ତାନର ଆତଙ୍କି ଗୋଷ୍ଠୀ ଜୈଶ ଇ ମହମ୍ମଦର ହାତ ଥିବା ଜଣାପଡିଛି । ଉକ୍ତ ସଂଗଠନର ଜଣେ ସଦସ୍ୟ ଓ ସ୍ଥାନୀୟ ଜଣେ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୁଲିସ ସେମାନଙ୍କୁ ଖୋଜୁଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଠାବ କରିବାରେ ସଫଳ ହେବ ।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories