www.samajalive.in
Sunday, December 7, 2025
14.1 C
Bhubaneswar

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ଶତାଧିକ କଲେ ରକ୍ତଦାନ

ସାକ୍ଷୀଗୋପାଳ: ସତ୍ୟବାଦୀ ବିଜୁ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ସତ୍ୟବାଦୀ ବ୍ଲକ ଛକ ନିକଟରେ ଏକ କଲ୍ୟାଣ ମଣ୍ଡପ ପରିସରରେ ଆଜି ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ସାମନ୍ତରାୟ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ରକ୍ତଦାନ ଶିବିରଟିକୁ ଉଦଘାଟନ କରିଥିଲେ। ଜୀବନ ବିନ୍ଦୁ କାର୍ୟ୍ୟକ୍ରମର ରାଜ୍ୟ ସଂଯୋଜକ ସୁଭାଶିଷ ଖୁଣ୍ଟିଆ, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଓ ସତ୍ୟବାଦୀ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ କୁମାର ରାଉତରାୟଙ୍କ ସମେତ ଅନ୍ୟମାନେ ଅତିଥି ରୂପେ ଯୋଗ ଦେଇଥିଲେ।

- Advertisement -

ଏହି ଅବସରରେ ଶତାଧିକ ବ୍ୟକ୍ତି ରକ୍ତଦାନ କରିଥିଲେ. ଆଚାର୍ୟ୍ୟ ହରିହର ରକ୍ତ ଭଣ୍ଡାର, ପୁରୀ ତରଫରୁ ରକ୍ତ ସଂଗ୍ରହ କରାଯାଇଥିଲା। କରୋନା ମହାମାରୀ ସମୟରେ ରକ୍ତଦାନର ଏହି ସଫଳତା ନିମନ୍ତେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଦଳୀୟ କର୍ମକର୍ତ୍ତା ଓ ସ୍ବେଚ୍ଛାସେବୀ ମାନଙ୍କୁ ବିଧାୟକ ଶ୍ରୀଯୁକ୍ତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories