www.samajalive.in
Saturday, December 6, 2025
17.1 C
Bhubaneswar

ନେତନ୍ୟାହୁଙ୍କ ଘର ନିକଟରେ ଡ୍ରୋନ୍ ଆକ୍ରମଣ, ଏୟାର ଡିଫେନ୍ସ ଭେଦ କରିବାରେ ସଫଳ

ସମାଜ ଡିଜିଟାଲ ଡେସ୍କ: ଲେବାନନରୁ ଇସ୍ରାଲଏର ଅଟ୍ଟାଳିକା ଉପରେ ଡ୍ରୋନ୍‌ ଆକ୍ରମଣ କରିଛି ହେଜବୋଲ୍ଲା। ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଘରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଇସ୍ରାଏଲର ହାଇଫା କେସରିୟା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସୁରକ୍ଷା ବାହିନୀ ଏହି ଆକ୍ରମଣ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଡ୍ରୋନ୍ ଏକ ଖୋଲା ଅଞ୍ଚଳରେ ପଡ଼ିଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି। ଇସ୍ରାଏଲ୍ ଗଣମାଧ୍ୟମ ଅନୁଯାୟୀ, ଦକ୍ଷିଣ ହାଇଫାର କେସରିୟାରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବାସଭବନ ନିକଟରେ ଏକ ଡ୍ରୋନ୍ ବିସ୍ଫୋରଣ ହୋଇଛି।

ସୂଚନା ଅନୁସାରେ, ଏହି ଡ୍ରୋନ୍ ନିଜ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ଥିଲା। ଇସ୍ରାଏଲ ସୁରକ୍ଷା ବାହିନୀ ସ୍ଵୀକାର କରିଛନ୍ତି ଯେ, ସେମାନଙ୍କ ଏୟାର ଡିଫେନ୍ସ ସିଷ୍ଟମ ଡ୍ରୋନ୍‌କୁ ରୋକିବାରେ ବିଫଳ ହୋଇଛି, ଯେଉଁ କାରଣରୁ ଏହି ଆକ୍ରମଣ ହୋଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories