ଆଉ ଧାଇଁବାକୁ ପଡ଼ିବନି ଆରଟିଓ ଅଫିସ୍‌, ସହଜରେ ମିଳିିବ ଡ୍ରାଇଭିଂ ଲାଇସେନ୍ସ

0

ଉତ୍ତରାଖଣ୍ଡ: ଡ୍ରାଇଭିଂ ଲାଇସେନ୍ସ (ଗାଡ଼ି ଚାଳନା ପ୍ରମାଣପତ୍ର) ପାଇବା ପାଇଁ ଲୋକଙ୍କୁ ବାରମ୍ବାର ଆରଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ)କୁ ଯିବାକୁ ପଡ଼ିଥାଏ। ତେବେ ଉତ୍ତରାଖଣ୍ଡ ସରକାର ଜନସାଧାରଣଙ୍କ ଲାଗି ନୂଆ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି, ଯଦ୍ୱାରା ଲୋକେ ଆରଟିଓ ଅଫିସକୁ ନ ଦୌଡ଼ି ସହଜରେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ। ରାଜ୍ୟରେ ଥିବା ସମସ୍ତ କଣ୍ଟ୍ରୋଲ ଦୋକାନରେ ସରକାର ଜନସୁବିଧା କେନ୍ଦ୍ର ଖୋଲିବେ। ଯେଉଁଠାରେ ସାଧାରଣ ଲୋକେ ଡ୍ରାଇଭିଂ ଲାଇସେନ୍ସ, ଆୟ, ଜାତିଗତ ଓ ଅନ୍ୟ ପ୍ରମାଣପତ୍ର ହାସଲ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଉତ୍ତରାଖଣ୍ଡର ବାଗେଶ୍ୱରରେ ୫୦ଟି କଣ୍ଟ୍ରୋଲ ଦୋକାନ ଚିହ୍ନଟ କରାଯାଇଛି। ସେହିପରି ଉକ୍ତ କେନ୍ଦ୍ରରେ ଆଧାର କାର୍ଡ ପଞ୍ଜୀକରଣ, ଭୋଟର ପରିଚୟ ପତ୍ର, ଇମେଲ, ନିଯୁକ୍ତି ପଞ୍ଜୀକରଣ ଆଦି ବିଭିନ୍ନ ସୁବିଧା ଉପଲବ୍ଧ ରହିବ। ଯୋଜନା ମୁତାବକ, ଚିହ୍ନଟ ୫୦ କଣ୍ଟ୍ରୋଲ ଦୋକାନକୁ ସରକାର ମାଗଣାରେ ଲାପଟପ ଓ ପ୍ରିଣ୍ଟର ଯୋଗାଇ ଦେବେ। ଏଥିପାଇଁ କଣ୍ଟ୍ରୋଲ ଦୋକାନୀଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟ କଣ୍ଟ୍ରୋଲ ଦୋକାନକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply