www.samajalive.in
Monday, December 15, 2025
16.1 C
Bhubaneswar

ସ୍କୁଲ ଭ୍ୟାନରେ ୨ ଛାତ୍ରୀଙ୍କୁ ଯୌନ ଶୋଷଣ

ସମାଜ ଡିଜିଟାଲ ଡେସ୍କ: ଦେଶରେ ମହିଳା ଏବଂ ଶିଶୁଙ୍କୁ ଯୌନ ନିର୍ଯାତନା ଘଟଣା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମରେ ମହାରାଷ୍ଟ୍ରର ପୁଣେ ସହରରେ ସ୍କୁଲ ଭ୍ୟାନ ଭିତରେ ୨ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ଡ୍ରାଇଭରକୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୩୦ ତାରିଖରେ ଏହି ଘଟଣା ଘଟିଥିଲା। ପୁଣେ ସହରର ଭାନଭାଡି ଅଞ୍ଚଳରେ ଥିବା ଏକ ସ୍କୁଲ ଛୁଟି ହେବା ପରେ ପିଲାଙ୍କୁ ବସରେ ଘରକୁ ପଠାଯାଇଥିଲା। ଡ୍ରାଇଭର ସମସ୍ତ ପିଲାଙ୍କୁ ସେମାନଙ୍କ ଘରେ ଛାଡ଼ି ଦେଇଥିଲେ। ଶେଷରେ ୨ ଜଣ ଛାତ୍ରୀ ବସରେ ରହିଥିଲେ, ଯେଉଁମାନଙ୍କ ବୟସ ୬ ବର୍ଷ ହେବ। ଏହି ୨ ଛାତ୍ରୀଙ୍କୁ ଡ୍ରାଇଭର ବସ ଭିତରେ ଯୌନ ଶୋଷଣ କରିଥିଲା। ଦୁଇ ପୀଡ଼ିତାଙ୍କ ମଧ୍ୟରୁ ଜଣେ ଘରେ ପହଞ୍ଚିବା ପରେ ନିଜ ମା’ଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହା ପରେ ମହିଳା ଜଣକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି। ପିଲାଙ୍କୁ ଘରେ ଛଡ଼ାଯିବା ସମୟରେ ବସରେ କେହି ମହିଳା ଆଟେଣ୍ଡାଣ୍ଟ ରହିଥିଲେ କି ନାହିଁ ତାହାର ଯାଞ୍ଚ କରାଯାଉଛି ବୋଲି ପୁଲିସ କହିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories