ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ପାନୀୟ

0

ମଧୁମେହ ରୋଗୀମାନଙ୍କୁ ଅନେକ ପ୍ରକାରର ଖାଦ୍ୟ ଓ ପାନୀୟ ସେବନ କରିବାକୁ ବାରଣ କରାଯାଇଛି। କାରଣ ସଠିକ ଭାବେ ଖାଦ୍ୟ ଓ ପାନୀୟ ଗ୍ରହଣ ନ କରିବା ଦ୍ବାରା ତାହା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ମଧୁମେହ ରୋଗୀମାନଙ୍କ ଶରୀରରେ ରକ୍ତର ଶର୍କରା ନିୟନ୍ତ୍ରଣ ରହିବା ଉଚିତ। ମଧୁମେହ ରୋଗୀମାନେ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ। ଏହାସହ ପାନୀୟ ଉପରେ ଗୁରୁତ୍ବ ଦେବା ଉଚିତ। ଆସନ୍ତୁ ଜାଣିବା ମଧୁମେହ ରୋଗୀ କେଉଁ ପାନୀୟ ପିଇବା ଉଚିତ।

ପାଣି : ପ୍ରତ୍ୟେକ ବ୍ୟକ୍ତି ନିୟମିତ ପାଣି ପିଇବା ଉଚିତ। ପାଣି ସଠିକ ମାତ୍ରାରେ ପିଇବା ଦ୍ବାରା ଶରୀରରେ ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ମଧୁମେହ ରୋଗୀମାନଙ୍କ ପାଇଁ ପାଣି ଏକ ଉତ୍ତମ ପାନୀୟ ଅଟେ। ମଧୁମେହ ରୋଗୀମାନେ କେବେ ବି ମଧୁପାନୀୟ ପିଇବା ଉଚିତ ନୁହେଁ।

prayash

କ୍ଷୀର : ପାଣି ବ୍ୟତୀତ କ୍ଷୀର ଶରୀର ପାଇଁ ଉତ୍ତମ ପାନୀୟ ଅଟେ। ମଧୁମେହ ରୋଗୀମାନେ କ୍ଷୀର ପିଇବା ଉଚିତ। ଗାଈ କ୍ଷୀର, ସୋୟା ମିଲ୍କ ଓ ନଟ ମିଲ୍କ ଇତ୍ୟାଦି ପିଇବା ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ଅଟେ। ଏଥିରେ ଥିବା ଭିଟାମିନ ଓ ମିଲେରାଲ୍ସ ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।

ଚା ଓ କଫି : ଅଧିକ ବ୍ୟକ୍ତି ଭାବି ଥାଆନ୍ତି ଯେ, ମଧୁମେହ ରୋଗୀଙ୍କ ପାଇଁ ଚା ଓ କଫି ଖରାପ ଅଟେ। ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଚା ଓ କଫିରେ ଥିବା କେଫିନ ନାମକ ପ୍ରୋଟିନ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ମଧୁମେହ ରୋଗୀମାନେ ବିନା ଚିନିର ଚା ଓ କଫି ପିଇବା ଉଚିତ।

 

kalyan agarbati
Leave A Reply