www.samajalive.in
Saturday, December 6, 2025
26.1 C
Bhubaneswar

ପଥିକଙ୍କ ପାଇଁ କେତେ ସୁରକ୍ଷିତ ଜଳଛତ୍ର ?

ନର୍ଲା : ଦିନକୁ ଦିନ ପ୍ରଚଣ୍ଡ ମୁଣ୍ଡ ଫଟା ଖରା ବଢିବାରେ ଲାଗିଛି। କୌଣସି କାମ ପାଇଁ ସାମାନ୍ୟ ରାସ୍ତାକୁ ଗଲେ ପ୍ରବଳ ଶୋଷ ହେଉଛି। ତେଣୁ ପ୍ରତିବର୍ଷ ଭଳି ନର୍ଲା ବ୍ଲକର କେତେକ ପଂଚାୟତରେ ବିଶେଷ କରି ରାସ୍ତା ପାର୍ଶ୍ବରେ ଅସ୍ଥାୟୀ ଜଳଛତ୍ର ଖୋଲା ଯାଇଛି ଯାହାଦ୍ୱାରା ରାସ୍ତାରେ ଯାଉଥିବା ଲୋକେ ଉପକୃତ ହେଉଛନ୍ତି। ହେଲେ କରୋନା ସଂକ୍ରମଣର ବ୍ୟାପକତା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଥିବା କାରଣରୁ ସରକାର ଦୋକାନ ବଜାର ସବୁ ବନ୍ଦ କରିଛନ୍ତି। ଲୋକେ ପାଣି  ପିଇବା ପାଇଁ ଏହି ଜଳଛତ୍ର ଗୁଡିକ ଜୀବନଦାନ ସଦୃଶ କାମ କରୁଅଛି। ତେବେ ସଂକ୍ରମଣ ପରିସ୍ଥିତିରେ ଏହି ଜଳଛତ୍ର ଗୁଡିକ କେତେ ସୁରକ୍ଷିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଜଳଛତ୍ରରେ ସମସ୍ତେ ପାଣି ପିଉଛନ୍ତି। ଏଠାରେ ବାଟରେ ଯାଉଥିବା ଯେ କୌଣିସ ବ୍ୟକ୍ତି ଶୋଷ ହେଲେ ଅଟକି ପାଣି ପିଉଛନ୍ତି। ମାତ୍ର ଗୋଟିଏ କି ଦୁଇଟି ମଗ୍‍ ରେ ଲୋକଙ୍କୁ ପାଣି ଦିଆ ଯାଉଛି। ସେହି ମଗ୍‍ କୁ ଧୋଇ ଲୋକେ ରଖିଦେଇ ଯାଉଛନ୍ତି ପୁଣି ଯିଏ ଆସିଲା ସେହି ମଗରେ ପାଣି ଦିଆ ଯାଉଛି। ତେବେ କୌଣସି ସଂକ୍ରମିତ ବ୍ୟକ୍ତି ଯଦି ଆସି ସେହି ମଗ୍‍ ରେ ପାଣି ପିଏ ତାହେଲେ ତାହା ଅନ୍ୟକୁ ସଂକ୍ରମିତ ହେବ କି ନାହିଁ ବୋଲି ସନ୍ଦେହ ଉପୁଜିଛି। ଏହାକୁ ନେଇ ନର୍ଲା ମେଡିକାଲ ଅଫିସର ଡାକ୍ତର ସନତ ଶତପଥୀଙ୍କୁ ପଚାରିବାରୁ ସେ ଏହା ସଂକ୍ରମିତ କରିବ ବୋଲି ମତ ପ୍ରକାଶ କରିଥିଲେ। ତାଙ୍କ କହିବାନୁଯାୟୀ ଲୋକଙ୍କୁ ଯିଏ ପାଣି ଦେଉଛନ୍ତି ସେ ସମ୍ପୁର୍ଣ୍ଣ ହାତ ସଫା ରଖିବା ସହ ମାକ୍ସ ପିନ୍ଧିବା ଓ ଦୂରରୁ ଲେକଙ୍କୁ ପାଣି ଦେବା ଉଚିତ୍‍। ଏପରିକି ଲୋକଙ୍କୁ ମଗ୍‍ ରେ ପାଣି ନଦେଇ ପଲିଥିନ୍‍ ଗ୍ଲାସ ହେଉକି ବା କାଗଜର ଗ୍ଲାସ (ୟୁଜ୍‍ ଆଣ୍ଡ ଥ୍ରୋ, ଯାହା ଜଣେ ପିଇଲା ପରେ ପିଙ୍ଗି ଦିଆଯିବ)ରେ ପାଣି ଦେଲେ ସଂକ୍ରମଣ ପ୍ରତି ଭୟ ରହିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ବ୍ୟବସ୍ଥାରେ ସୁଧାର ଆଣିବା ଉଚିତ୍‍ ବୋଲି ଲୋକେ ଦାବୀ କରିଛନ୍ତି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories