www.samajalive.in
Saturday, December 6, 2025
26.1 C
Bhubaneswar

ମହାଦୁର୍ନୀତି : ଇଞ୍ଚେ ମାଟି ଖୋଳାଯାଇନି, ୭୫ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ମିଥ୍ୟା ବିଲ୍‍

ଦେବଗଡ: ଦେବଗଡ ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମନରେଗା ଯୋଜନାରେ ଖୋଳାଯାଉଥିବା ଫାର୍ମପଣ୍ଡ(କ୍ଷେତ ପୋଖରୀ)କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଏହି କ୍ରମରେ ଆଦୌ ପୋଖରୀ ଖୋଳାନଯାଇ ଶ୍ରମିକ ମାନଙ୍କ ଜରିଆରେ ୭୫ ହଜାର ଟଙ୍କା ଆତ୍ମସାତ କରାଯିବାର ଉଦ୍ୟମ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ମହାସିନ୍ଧୁ ଗ୍ରାମର ଭବାନୀ ପ୍ରଧାନଙ୍କ ନାମରେ ମନରେଗା ଯୋଜନାରୁ ୧ ଲକ୍ଷ ୭୭ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ଫାର୍ମ ପଣ୍ଡ ମଞ୍ଜୁର ହୋଇଥିଲା। ଏଥି ନିମନ୍ତେ ଚିହ୍ନଟ ସ୍ଥାନରେ ଏକ ସୂଚନା ଫଳକ ମଧ୍ୟ ନିର୍ମାଣ କରାଯାଇ ତହିଁରେ ୱାର୍କ କୋଡ ମଧ୍ୟ ଉଲ୍ଲେଖ କରାଯାଇଥିଲା। ମାତ୍ର ଇଂଚେ ମଧ୍ୟ ମାଟି ଖୋଳାନଯାଇ ଭବାନୀଙ୍କର ଫାର୍ମପଣ୍ଡ ଖୋଳାଯାଇଥିବା ଦର୍ଶାଯାଇ ଏ ବାବଦକୁ ମିଥ୍ୟାବିଲ୍‍ କରାଯାଇ ଶ୍ରମିକ ମାନଙ୍କ ବ୍ୟାଙ୍କ/ପୋଷ୍ଟ ଅଫିସ ଖାତାରେ ଇତିମଧ୍ୟରେ ୭୫ ହଜାର ୭୬୨ଟଙ୍କା ଜମା କରାଯାଇଛି। ସେହିପରି ଲିପୁନ ବଣିଚୂଳ ନାମକ ବିଭାଗୀୟ ପ୍ରୋଜେକ୍ଟ ଏସୋସିଏଟ୍‍(ଅସ୍ଥାୟୀ କର୍ମଚାରୀ) ସମ୍ପୃକ୍ତ ଶ୍ରମିକ ମାନଙ୍କ ଖାତାରୁ ଟଙ୍କା ବାହାର କରି ଦେବାପାଇଁ ସେମାନଙ୍କୁ ବାଧ୍ୟ କରୁଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ କେବଳ ଯେ, ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ତାହା ନୁହେଁ , ବରଂ ଖୋଦ ହିତାଧିକାରୀ ଭବାନୀ ପ୍ରଧାନ ଗଣମାଧ୍ୟମ ସମ୍ମୁଖରେ ଏନେଇ ସିଧାସଳଖ ଭାବେ ଅଭିଯୋଗ କରି ନଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି। ଯାହାକି ସମ୍ପୃକ୍ତ ଅଂଚଳବାସୀଙ୍କ ମଧ୍ୟରେ ମୂଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଏ ଘଟଣା ପ୍ରଘଟ ହେବାପରେ ସୂଚନା ଫଳକରେ ଉଲ୍ଲେଖ କରାଯାଇଥିବା ୱାର୍କ କୋଡ୍‍କୁ ମଧ୍ୟ ଲିଭାଇ ଦିଆଯାଇଥିବା ଜଣାପଡିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଭବାନୀଙ୍କ ନାମରେ ମଂଜୁର ହୋଇଥିବା ଫାର୍ମପଣ୍ଡ ଆଦୌ ଖୋଳାଯାଇନଥିବା ବେଳେ ଗତ ଫେବୃୟାରୀ ମାସରେ ମଷ୍ଟରରୋଲ ନମ୍ବର ୨୨୯୧୭ ଜରିଆରେ ୧୨ହଜାର ୪୨୦ ଟଙ୍କା, ମଷ୍ଟରରୋଲ ନମ୍ବର ୨୨୯୧୮ ଜରିଆରେ ୧୨ ହଜାର ୪୨୦ ଟଙ୍କା, ମଷ୍ଟରରୋଲ ନମ୍ବର ୨୨୯୧୯ ଜରିଆରେ ୧୨ ହଜାର ୪୨୦ ଟଙ୍କା, ମଷ୍ଟରରୋଲ ନମ୍ବର ୨୨୯୨୦ ଜରିଆରେ ୩ହଜାର ୭୨୬ ଟଙ୍କା, ମଷ୍ଟରରୋଲ ନମ୍ବର ୨୨୯୨୧ ଜରିଆରେ ୧୪ ହଜାର ୪୨୦ ଟଙ୍କା, ମଷ୍ଟରରୋଲ ନମ୍ବର ୨୩୫୬୦ ଜରିଆରେ ୧୨ ହଜାର ୪୨୦ ଟଙ୍କା, ମଷ୍ଟରରୋଲ ନମ୍ବର ୨୩୫୬୧ ଜରିଆରେ ୧୨ ହଜାର ୪୨୦ ଟଙ୍କା ଓ ମଷ୍ଟରରୋଲ ନମ୍ବର ୨୩୫୬୨ ଜରିଆରେ ୯ହଜାର ୯୩୬ ଟଙ୍କା ମିଶାଇ ସର୍ବମୋଟ ୭୫ ହଜାର ୭୬୨ଟଙ୍କା ଶ୍ରମିକ ମାନଙ୍କର ବ୍ୟାଙ୍କ/ ପୋଷ୍ଟ ଅଫିସ ଖାତାରେ ଜମା କରାଯାଇଛି। ଏହି ଟଙ୍କା ଗତ ମାର୍ଚ୍ଚ ୩୧ ତାରିଖରେ ଶ୍ରମିକ ମାନଙ୍କର ବ୍ୟାଙ୍କ/ ପୋଷ୍ଟ ଅଫିସ ଖାତାରେ ଜମା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି। ଏନେଇ ଦେବଗଡ ମୃତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥିଙ୍କ ମତାମତ ଲୋଡିବାରୁ ସଂଧ୍ୟା ସୁଦ୍ଧା ସେ ଏ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ମାତ୍ର ରାତ୍ରି ପ୍ରାୟ ୮ଟା ୨୦ ମିନିଟରେ ତାଙ୍କୁ କଲ କରିବାରୁ ସେ କଲ ରିସିଭ କରିନଥିଲେ। ଅନ୍ୟପକ୍ଷରେ ଏ ସମ୍ପର୍କରେ ବିଭାଗୀୟ ପିଆଇଏ ସିଂହରାମ ମୁର୍ମୂଙ୍କ ମତାମତ ଲୋଡିବାରୁ ଭବାନୀଙ୍କ ନାମରେ ଫାର୍ମପଣ୍ଡ ଖୋଳିବା ପୂର୍ବରୁ ମିଥ୍ୟା ବିଲ ଜରିଆରେ ଶ୍ରମିକଙ୍କ ଖାତାରେ ଟଙ୍କା ଜମା କରାଯାଇଥିବା ସ୍ୱୀକାର କରିବାସହ ଭବାନୀଙ୍କ ନାମରେ ମଂଜୁର ହୋଇଥିବା ଫାର୍ମପଣ୍ଡ ସ୍ଥାନରେ ପାଣି ଜମି ରହିଥିବାରୁ ଫାର୍ମପଣ୍ଡ ଖୋଳା ଯାଇନଥିବା ସଫେଇ ଦେବାସହ ଆଜି ରାତ୍ରିରୁ ମେସିନ ସାହାଯ୍ୟରେ ଉକ୍ତ ଫୋଖରୀ ଖନନ କାର୍ଯ୍ୟ ଆରମ୍ଭ ହେବ ବୋଲି ଉତ୍ତର ଦେଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories