www.samajalive.in
Saturday, December 6, 2025
26.1 C
Bhubaneswar

ଭିମସାରର ଦୁଇଟି କୋଭିଡ଼ ଡ଼ାକ୍ତରଖାନାରେ ୮ ମୃତ, କୋଭିଡ଼ ମୃତ୍ୟୁସଂଖ୍ୟା ୬୩୬

ବୁର୍ଲା: ବୁର୍ଲା ଭିମସାରରେ ଦୁଇଗୋଟି କୋଭିଡ଼ ଡ଼ାକ୍ତରଖାନା କାର୍ଯ୍ୟକ୍ଷମ ହୋଇଥିବା ବେଳେ ସେହି ଅନୁପାତରେ କରୋନା ରୋଗୀଙ୍କ ମୃତ୍ୟୁ ଘଟି ଚାଲିଛି। ଉଭୟ ଭିମସାରର କୋଭିଡ଼ ଡ଼ାକ୍ତରଖାନାରେ ଗତକାଲି ୮ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ତିନି ଜଣ (ଧନୁପାଲିର ୭୫ ବର୍ଷୀୟ ପୁରୁଷ, କୁଚିଣ୍ଡାର ୩୫ ବର୍ଷୀୟ ପରୁଷ ଏବଂ ଯୁଯୁମୁରାର ଦେଢ଼ବର୍ଷର ଶିଶୁକନ୍ୟା), ବରଗଡ଼ ଜିଲ୍ଲାର ୩ ଜଣ (ଅତାବିରାର ୬୦ ବର୍ଷୀୟ ବୃଦ୍ଧ, ଅତାବିରାର ୩୫ ବର୍ଷୀୟ ଯୁବକ) ଏବଂ ବଡ଼ଡ଼ୋଲର ୫୯ ବର୍ଷୀୟ ବୃଦ୍ଧ, ଦେବଗଡ଼ ସାଧୁପାଲିର ୩୮ ବର୍ଷୀୟ ପୁରୁଷ ଓ ସୋନପୁର ରାନପୁରର ୨୮ ବର୍ଷୀୟ ଯୁବକଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗତ ୧୦ଦିନରେ ମୃତ୍ୟୁସଂଖ୍ୟା ୧୪୬ରେ ଉପନିତ। ଗୁରୁତରଙ୍କୁ ସଠିକ ସମୟରେ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଏବଂ ଅକ୍ସିଜାନ ସିଲିଣ୍ଡର ଉପଲବ୍ଧ ହୋଇ ନ ପାରିବା ନେଇ ଅଭିଯୋଗ ହେଉଛି। ଫଳରେ ରୋଗୀଙ୍କ ଅକାଳ ମୃତ୍ୟୁ ଘଟିବାକୁ ନେଇ ଅଭିଯୋଗ ହେଉଛି। ସଙ୍କୁଚିତ ପ୍ରଥମ କୋଭିଡ଼ ଡ଼ାକ୍ତରଖାନାର କୋଠାରେ ୨୨୦ରୁ ଊର୍ଦ୍ଧ୍ବ ଗୁରୁତର ରୋଗୀ ଚିକିତ୍ସାଧିନ ରଖାଯାଇଥିବା ବେଳେ ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନାରେ ସମୁଦାୟ ୫୫ରୁ ଊର୍ଦ୍ଧ୍ବ ଗୁରୁତର କରୋନା ରୋଗୀ ଚିକିତ୍ସା କରାଯାଉଛି।

- Advertisement -

ସୁଚନା ଥାଉକି, ଗତ ସୋମବାର ଦିନ ୧୯ ଜଣ, ରବିବାର ଦିନ ୧୨ଜଣ, ଶନିବାର ଦିନ ୧୧ଜଣ, ଶୁକ୍ରବାର ଦିନ ୧୮ ଜଣ, ଗୁରୁବାର ଦିନ ୧୨ଜଣ, ବୁଧବାର ଦିନ ୧୬ ଜଣ, ମଙ୍ଗଳବାର ୧୩ ଜଣ, ସୋମବାର ଦିନ ୨୨ ଜଣ, ରବିବାର ଦିନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ବୁର୍ଲା ଭିମସାର କୋଭିଡ଼ ଡ଼ାକ୍ତରଖାନା ଗତ ଅକ୍ଟୋବର ମାସରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଇ କିଛିଦିନ ତଳେ ଭିମସାରର ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନା ଆରମ୍ଭ ହୋଇଛି। ଆଜି ସୁଦ୍ଧା ସମୁଦାୟ ୬୩୬ରେ ବୁର୍ଲା ଭିମସାର କୋଭିଡ଼ ମୃତ୍ୟୁସଂଖ୍ୟା ପହଞ୍ଚିଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories