ଚିକିଟି : ଏହି ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ଜଗନ୍ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳାୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜି.ଜ୍ୟୋତି ରେଡ୍ଡୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡା, ସ୍କୁଲ ପରିଚାଳନା କମିଟି ସଭାପତି ସଚ୍ଚିତାନନ୍ଦ ପଣ୍ଡା, ବିଆରସିସି,ସିଆରସିସି ପ୍ରମୁଖ ଉପସ୍ଥିତ ରହି ୨୬୨ ବିଦ୍ୟାର୍ଥୀଙ୍କୁ ପୋଷାକ ଜୋତା, ମୋଜା ଆଦି ପ୍ରଦାନ କରିଥିଲେ। ଏହି ପୋଷାକ ବଣ୍ଟନ ମେଳାକୁ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିତା ପାତ୍ର ସଂଯୋଜନା କରିଥିବା ବେଳେ ସମସ୍ତ ସହକର୍ମୀ ସହଯୋଗ କରିଥିଲେ।
Popular Categories



