www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ କ’ଣ ରହିଛି ସ୍ୱପ୍ନର ମହତ୍ତ୍ୱ

ମାନ୍ୟତା ଅନୁଯାୟୀ, ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ଓ ମହତ୍ତ୍ୱ ଥାଏ। ଜୀବନରେ ଆଗୁକୁ ଘଟିବାକୁ ଥିବା କେତେକ ଘଟଣାର ସଙ୍କେତ ସ୍ୱପ୍ନରୁ ମିଳିଥାଏ ବୋଲି କୁହାଯାଏ । ଜାଣନ୍ତୁ କେଉଁ ସ୍ୱପ୍ନ ଦେଖିଲେ ମିଳିଥାଏ ଧନ ପ୍ରାପ୍ତିର ସଙ୍କେତ..
ଯଦି ଆପଣ ନିଜ ସ୍ୱପ୍ନରେ ଧଳା ପେଚା, ଧଳା ଅଶ୍ୱ ଦେଖନ୍ତି ତେବେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବାର ଏହା ଏକ ସଙ୍କେତ ବୋଲି କୁହାଯାଏ।
ଯଦି ଆପଣ ସ୍ୱପ୍ନରେ ଦେଖନ୍ତି ନିଜେ ଘୋଡ଼ା ସବାରୀ , କିମ୍ବା ଘୋଡ଼ା ସବାରୀ ପ୍ରତିଯୋଗିତାରେ ଭାଗ ନେଉଥିବେ ତେବେ ଆପଣଙ୍କର ଅଟକି ରହିଥିବା ବକେୟା ଅର୍ଥ ନିଶ୍ଚୟ ଅଳ୍ପ ଦିନରେ ପ୍ରାପ୍ତି ହେବ ବୋଲି ଏହା ସଙ୍କେତ ଦେଇଥାଏ।
ସ୍ୱପ୍ନରେ ମା’ଲକ୍ଷ୍ମୀ କିମ୍ବା ମା’ଭବାନୀଙ୍କର ଦର୍ଶନ କରନ୍ତି ତେବେ ଆପଣଙ୍କ ଉପରେ ଧନର ବର୍ଷା ହେବା ସହ ଜୀବନରେ ଥିବା ବାଧାବିଘ୍ନ ଦୂର ହେବାର ଏହା ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଯଦି ଆପଣ ନୂତନ ଆଭୂଷଣ ଓ ପୋଷାକ ଧାରଣ କରୁଥିବେ କିମ୍ବା କିଣୁଥିବାର ଦେଖିବେ ତେବେ ଏହା ଧନ ପ୍ରାପ୍ତି ସହ ଅଟକି ଥିବା କାର୍ୟ୍ୟରେ ସଫଳତା ମିଳିବା, ଆପଣଙ୍କ କଷ୍ଟ ଦୂର ହେବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଯଦି ଆପଣ ପଦ୍ମ ଫୁଲ ଦେଖିବେ କିମ୍ବା କେହି ଆପଣଙ୍କୁ ପଦ୍ମ ଫୁଲ ଉପହାର ଦେଉଥିବ ତେବେ ଏହା ଆପଣ କରୁଥିବା କାର୍ୟ୍ୟରେ ସମ୍ପୂର୍ଣ୍ଣ ସଫଳତା ମିଳିବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବାର ସଙ୍କେତ ଦେଇଥାଏ।
ସ୍ୱପ୍ନରେ ଶିଶୁ କନ୍ୟାକୁ ଦେଖିଲେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ ବୋଲି କୁହାଯାଏ।
ଯଦି ଆପଣ ସ୍ୱପ୍ନରେ ମନ୍ଦିର ଦେଖନ୍ତି ତେବେ ଏହା ଖୁବ ଶୁଭ ବୋଲି କୁହାଯାଏ। ଆପଣଙ୍କ ଆଗାମୀ ଭବିଷ୍ୟତ ସୁଖମୟ ହେବାର ଏହା ସଙ୍କେତ ଦିଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories