www.samajalive.in
Sunday, December 7, 2025
23.1 C
Bhubaneswar

ମାଲକାନଗିରିର ଅସ୍ମିତା ତମା ଦୋରାଙ୍କୁ ନେଇ ଇ-ପାଠଚକ୍ର ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଆନୁକୂଲ୍ୟରେ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ତମା ଦୋରାଙ୍କ ଉପରେ ଇ-ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପଡ଼ିଆର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ମାଲକାନଗିରିର ସହିଦ ତାମା ଦୋରା କିପରି ଇଂରେଜ ସରକାରଙ୍କ ବିରୁଦ୍ଧରେ କୋୟା ଜନଜାତିର ଲୋକମାନଙ୍କୁ ସଂଗଠିତ କରି ଆନ୍ଦୋଳନ କରି ସହିଦ ହୋଇଥିଲେ ।  ତାହା ଉପରେ ନିଜର ଗବେଷଣା ଲବ୍ଧ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ଲୋକ ସଂସଦ ଜିଲ୍ଲା ଶାଖାର ଆଜୀବନ ସଦସ୍ୟ ତଥା ସମ୍ପାଦକ ଡଃ ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ୱ କରିଥିଲେ । କେ.ଜି.ବି.ଭି ଚାଲାଣଗୁଡାର ପ୍ରଧାନ ଶିକ୍ଷୟିତ୍ରୀ ଆଭାରାଣୀ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଂସଦର ଆଜୀବନ ସଦସ୍ୟା ପ୍ରତିମା ନାୟକ ପ୍ରାରମ୍ଭିକ ମନ୍ତ୍ରପାଠ କରିଥିଲେ । ସୁଶ୍ରୀ ଶାଶ୍ୱତୀ ନାୟକ ବିବେକବାଣୀ ପାଠ କରିଥିବା ବେଳେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

ପରିଶେଷରେ ଶିକ୍ଷୟିତ୍ରୀ ଅଙ୍ଗୁରବାଳା ସ୍ୱାଇଁ ଶାନ୍ତି ପାଠ କରିଥିଲେ । ଏହି ଆଭାସୀ ପାଠଚକ୍ରରେ ଜିଲ୍ଲା ଓ ରାଜ୍ୟରୁ ୪୦ରୁ ଊର୍ଦ୍ଧ୍ଵ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ସହିଦ ତାମା ଦୋରାଙ୍କ ନାମରେ ମାଲକାନଗିରି ଜିଲ୍ଲାର କୌଣସି ଅନୁଷ୍ଠାନ, ମହାବିଦ୍ୟାଳୟର ନାମକରଣ କରାଗଲେ ସହିଦଙ୍କ ପ୍ରତି ଏହା ଉପଯୁକ୍ତ ସମ୍ମାନ ହୋଇପାରିବ ବୋଲି ଆଲୋଚକ ମତ ପ୍ରକାଶ କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories