www.samajalive.in
Monday, December 15, 2025
14.1 C
Bhubaneswar

ଡିଆରଡିଓ ଡ୍ରୋନ ନିରୋଧୀ ପ୍ରଯୁକ୍ତି ଆକାଶମାର୍ଗରୁ ବିପଦ ଠାବ ସହିତ ନିଷ୍କ୍ରିୟ କରିବାକୁ ସମର୍ଥ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଡ୍ରୋନ ନିରୋଧୀ ପ୍ରଯୁକ୍ତି ଶତ୍ରୁପକ୍ଷର ଡ୍ରୋନକୁ ଠାବ କରିବା ସହିତ ତାହାର ପିଛା କରିବା ଏବଂ ନଷ୍ଟ କରିବାକୁ ସମର୍ଥ । ଏହା ଦେଶର ସଶସ୍ତ୍ର ବାହିନୀ ପାଇଁ ବିଶେଷ ସହାୟକ ହୋଇପାରିବ । ଲେଜର ଭିତ୍ତିକ ପ୍ରଯୁକ୍ତି ଜରିଆରେ ଏହା ଏହି ସମସ୍ତ କାର୍ଯ୍ୟ କରିବାକୁ ସମର୍ଥ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହାକୁ ୨୦୨୦ରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ନିମନ୍ତେ ମୁତୟନ କରାଯାଇଥିଲା । ତାହାସହିତ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅହମଦାବାଦର ମୋଟେରା ଷ୍ଟାଡିୟମକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ମଧ୍ୟ ସୁରକ୍ଷା ପାଇଁ ଏହି ବ୍ୟବସ୍ଥାର ଉପଯୋଗ କରାଯାଇଥିଲା ।
ଜଣାଯାଇଛି ଯେ ଡିଆରଡିଓର ଏହି ବ୍ୟବସ୍ଥା ଛୋଟ ଆକାର ଡ୍ରୋନଗୁଡିକୁ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ଠାବ କରି ସେଗୁଡିକ ୧ରୁ ୨.୫ କିଲୋମିଟର ଦୂରତା ମଧ୍ୟରେ ରହିଥିବାବେଳେ ତାହା ତଳକୁ ଖସାଇବାକୁ ଲେଜର ସଙ୍କେତ ପ୍ରୟୋଗ କରିପାରିବ । ଡିଆରଡିଓ ଏହି ଡ୍ରୋନ ନିରୋଧୀ ବ୍ୟବସ୍ଥା ଉତ୍ପାଦନ ପାଇଁ ଏହାର ପ୍ରଯୁକ୍ତି ଭାରତ ଇଲେକଟ୍ରୋନିକ୍ସ ଲିମିଟେଡ (ବିଇଏଲ)କୁ ହସ୍ତାନ୍ତର କରିଛି ଏବଂ ଲାଇସେନ୍ସ ଅଧୀନରେ ଏହି ପ୍ରଯୁକ୍ତି ଘରୋଇ କମ୍ପାନୀଙ୍କୁ ହସ୍ତାନ୍ତର କରିବାକୁ ମଧ୍ୟ ପ୍ରସ୍ତୁତ ଥିବା ଜଣାଯାଇଛି । ନିକଟରେ ଭାରତର ଗୁରୁତ୍ୱପୂର୍ଣ୍ଣ ସାମରିକ ସ୍ଥଳ ଉପରେ ଡ୍ରୋନ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାର ଏକ ଡ୍ରୋନ ନୀତି ପ୍ରସ୍ତୁତ କରିବାକୁ ଯାଉଥିବା ସୂଚନା ମିଳିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories