www.samajalive.in
Monday, December 15, 2025
17.1 C
Bhubaneswar

ନୁଆଁଖାଇଁ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗୀତା

ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଉପଲକ୍ଷେ ସମ୍ବଲପୁରର ଅନ୍ୟତମ ପୁରାତନ ଚିତ୍ରୋତ୍ପଳା ଯୁବକ ସଂଘ ନନ୍ଦପଡା ତରଫରୁ ୨ ଦିନ ଧରି ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଛାତ୍ରଛାତ୍ରୀ ଓ ଉଦୟୀମାନ ଚେସ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦ୍ୱି-ଦିବସୀୟ ଏହି ପ୍ରତିଯୋଗୀତା ସମୁହରେ ଚେସ, ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗୀତା ହୋଇଥିଲା । ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ଠାରେ ଶନିବାର ସକାଳ ୧୦ଟା ସମୟରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗୀତା ସମୁହ ରବିବାର ମଧ୍ୟ ଆୟୋଜିତ ହୋଇ ଅପରାହ୍ନରେ ସମ୍ପନ୍ନ ହୋଇଛି । ଶନିବାର ଚେସ ଓ ପ୍ରବନ୍ଧ ପ୍ରତିଯୋଗୀତା ଆୟୋଜିତ ହୋଇଥିବା ବେଳେ ରବିବାର ଚିତ୍ରାଙ୍କନ ଓ ଚେସ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ବରିଷ୍ଠ ଓ କନିଷ୍ଠ ବର୍ଗରେ ଆୟୋଜିତ ହେଉଥିବା ଦ୍ୱିଦିବସୀୟ ଚେସ ପ୍ରତିଯୋଗୀତାରେ ସମୁଦାୟ ୫ ରାଉଣ୍ଡ ଖେଳ ହୋଇଥିଲା । ଚେସ ପ୍ରତିଯୋଗୀତାକୁ ଆର୍ବିଟର ସଞ୍ଜୟ ମହାପାତ୍ର ଓ ପ୍ରମୋଦ କୁମାର ସାହୁ ପରିଚାଳନା କରୁଛନ୍ତି। ଚେସ ପ୍ରତିଯୋଗୀତାର ବରିଷ୍ଠ ବର୍ଗରେ ସୁବୀର ପାଢ଼ୀ ପ୍ରଥମ, କିଶୋରିଲାଲ ଭୋଇ ଦ୍ୱିତୀୟ ଏବଂ ନଗେନ୍ଦ୍ର କୁମାର ପୁରୋହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି କନିଷ୍ଠ ବର୍ଗରେ ସଚିତ ଆଚାର୍ଯ୍ୟ ପ୍ରଥମ, ସାଇ ଅମ୍ରିତ ପରିଜା ଦ୍ୱିତୀୟ ଏବଂ ପ୍ରଜ୍ଞାଶ୍ରୀ ଦେହୁରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

- Advertisement -

ରବିବାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି। ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଆୟୋଜିତ ବକ୍ତୃତା ପ୍ରତିଯୋଗୀତାରେ ବରିଷ୍ଠ ବର୍ଗରେ ୮ମ ରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିବା ବେଳେ କନିଷ୍ଠ ବର୍ଗରେ ୫ମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ପ୍ରତିଯୋଗୀତାରେ ଭାଗ ନେଇଥିଲେ। ସେହିଭଳି ଅପରାହ୍ନ ୩ଟାରୁ ଆୟୋଜିତ ହୋଇ ଥିବା ଚିତ୍ରାଙ୍କନ ପ୍ରତିଯୋଗୀତାରେ ମଧ୍ୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବରିଷ୍ଠ ଓ କନିଷ୍ଠ ବର୍ଗରେ ଅଂଶ ଗ୍ରହଣ କରିଥିଲେ। ବକ୍ତୃତା ପ୍ରତିଯୋଗୀତାରେ ବରିଷ୍ଠ ସାମ୍ବାଦିକ ଶିବ ଶଙ୍କର ନନ୍ଦ ଓ ଡ. ସତ୍ୟ ନାରାୟଣ ଠାକୁର ବିଚାରକ ଦାୟିତ୍ୱ ତୁଲାଇଥିଲେ। ସେହିଭଳି ଚିତ୍ରାଙ୍କନରେ କଳାକାର ସୁଦାମ ପଣ୍ଡା ବିଚାରକ ଦାୟିତ୍ୱରେ ରହିଥିଲେ । ସୂଚନାଯୋଗ୍ୟ ଯେ, କରୋନାର ୨ ବର୍ଷ ଅନ୍ତରାଳ ପରେ ଉତ୍ସାହର ସହିତ ନୁଆଁଖାଇଁ ଭେଟଘାଟ କାର୍ଯ୍ୟକ୍ରମ ଚିତ୍ରୋତ୍ପଳା ଯୁବକ ସଂଘ ତରଫରୁ ଆୟୋଜନ କରାଯାଉଛି । ଏଥି ପାଇଁ ଆୟୋଜିତ ହେଉଥିବା ପ୍ରତିଯୋଗୀତା ଗୁଡିକର କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୧ ତାରିଖ ନୁଆଁଖାଇଁ ଭେଟଘାଟ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯିବ ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories