ଦ୍ରୌପଦୀ ମୁର୍ମୁଙ୍କର ବିଜୟ କାମନା କରି ଦୀପଦାନ

ସମ୍ବଲପୁର :  ଦେଶର ରାଷ୍ଟ୍ରପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଶାସକ ଏନଡିଏ ପକ୍ଷରୁ ଓଡିଶାର ଝିଅ ତଥା ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି । ଏଣୁ ତାଙ୍କର ବିପୁଳ ବିଜୟ କାମନା କରି ସାରା ଦେଶରେ ପୂଜାର୍ଚ୍ଚନା କରାଯାଉଛି । ଏହି କ୍ରମରେ ସମ୍ବଲପୁର ଭାଜପା ଧନୁପାଲି ମଣ୍ଡଳ ପକ୍ଷରୁ ସ୍ଥାନୀୟ ମହାବୀପଡା ସ୍ଥିତ ହନୁମାନ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇ ବିଜୟ କାମନା କରାଯାଇ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ଶୁଭେନ୍ଦୁ ନାୟକ, ପ୍ରତିକ ମହାପାତ୍ର, ସୁରେନ୍ଦ୍ର ଖଟେଇ, ସଞ୍ଜୀବ ପାଣିଗ୍ରାହୀଙ୍କ ସମେତ ଅନେକ କର୍ମୀ ଅଂଶ ଗ୍ରହଣ କରି ଶ୍ରୀମତୀ ମୁର୍ମୁଙ୍କ ବିଜୟ କାମନା କରି ପ୍ରାର୍ଥନା କରିଥିଲେ।

Comments are closed.