mission shakti banner

ରାସ୍ତାରେ ବହୁଛି ନର୍ଦ୍ଦମା ପାଣି, ନାଳ ସଫା ପାଇଁ ଦାବି

BSKY banner  750×100

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ୱାର୍ଡ ନଂ ୧ ର ଆମ୍ବେଦକର ଛକଠାରୁ ପୂର୍ବତନ ବିଧାୟକଙ୍କ ଘର ଆଡକୁ ଯାଇଥିବା ମୁଖ୍ୟ ରାସ୍ତାରେ ଅନବରତ ନର୍ଦ୍ଦମା ପାଣି ବହୁଛି ।  ନର୍ଦ୍ଦମା ପାଣି ବହିବା ଯୋଗୁଁ ରାସ୍ତାରେ ଦୁର୍ଗନ୍ଧ ହେବା ସହ ଚଳପ୍ରଚଳରେ ଅସୁବିଧା ହେଉଛି । ରାସ୍ତା କଡ ଆଖପାଖ ବାସିନ୍ଦା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ କରୁନାହିଁ ପରିଷଦ । ତେଣୁ ପଡାବାସୀଙ୍କ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନାଳ ସଫା ସହ ନର୍ଦ୍ଦମା ପାଣି ରାସ୍ତା ଉପରୁ ବନ୍ଦ ପାଇଁ ଦାବି କରୁଛନ୍ତି ଲୋକେ ।

Comments are closed.